ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ଜିଲ୍ଲାରେ ତ୍ୱାରାନ୍ବିତ ହୋଇପାରୁ ନଥିବାରୁ ଅସନ୍ତୋଷ ଜିଲ୍ଲାବାସୀ । ବୌଦ୍ଧ ବ୍ୟତୀତ ଏହି ପ୍ରକଳ୍ପ ସହ ଜଡିତ ସମସ୍ତ ଜିଲ୍ଲାରେ ଟ୍ରେନ ଗଡିଲାଣି । କିନ୍ତୁ ପ୍ରକଳ୍ପ ମଞ୍ଜୁରୀର ପ୍ରାୟ ଅଠର ବର୍ଷ ବିତିଯିବା ପରେ ମଧ୍ୟ ବୌଦ୍ଧରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିନାହିଁ।
ଗଡଜାତ ଜିଲ୍ଲା ବୌଦ୍ଧରେ ବ୍ରିଟିଶ ରାଜତ୍ଵରେ ସର୍ବପ୍ରଥମେ ୧୯୦୩ ଓ ପରେ ୧୯୪୫ ମସିହାରେ ରେଳପଥ ନିମନ୍ତେ ସର୍ଭେ ହୋଇଥିଲା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ୧୯୯୩ ଓ ୨୦୦୧ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ପ୍ରକଳ୍ପର ସିଂହ ଭାଗ ଜମି ୧୧୦ ଏକର ରହିଛି । ଏତଦ ବ୍ୟତିତ କେତେକ ସରକାରୀ ଜମି ଓ ଚଉଦ ଗୋଟି ଗ୍ରାମର ଜମି ଅଧିଗ୍ରହଣ ଅଦ୍ୟାବଧି ହୋଇଛି ।