ବୌଦ୍ଧ:ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟର ତାଳେ ତାଳେ ଉଦଯାପିତ ହେଲା ପଞ୍ଚମ ଖଡଙ୍ଗ ଲୋକକଳା ମହୋତ୍ସବ । ବୌଦ୍ଧ ଜିଲ୍ଲାର ସୀମାରେଖା ଭାବରେ ପରିଚିତ ଖଡଙ୍ଗ ନଦୀ କୂଳରେ ଆୟୋଜିତ ଏହି ଲୋକ ମହୋତ୍ସବର ଶେଷ ଦିନରେ ପାଞ୍ଚଟି ଜିଲ୍ଲାର ଦର୍ଶକମାନେ ନୃତ୍ୟ ସଙ୍ଗୀତର ମଜା ଉଠାଇଥିଲେ । ସ୍ଥାନୀୟ କଳାକାରଙ୍କ ଦ୍ବାରା ପରିବେଷଣ ହୋଇଥିବା ଲୋକନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । ଏଥିରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗ ଦେଇଥିଲେ । ଆଗାମୀ ଦିନରେ ଖଡଙ୍ଗ ନଦୀ ଉପରେ ସରକାର ଏକ ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସେ ସୂଚନା ଦେଇଛନ୍ତି ।
ଜିଲ୍ଲାର ସୀମାନ୍ତ ପଞ୍ଚାୟତ ଖୁଣ୍ଟିଗୋରାର ବନ୍ଧଗୋରାଠାରେ ପଞ୍ଚମ ଖଡଙ୍ଗ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ଦିନ ଧରି ଚାଲିଥିବା କଳା ସଂସ୍କୃତିର ମହାମିଳନର ପର୍ବ ଖଡଙ୍ଗ ଲୋକକଳା ମହୋତ୍ସବ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଛି । ପାଞ୍ଚଟି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅନୁଷ୍ଠିତ ଲୋକକଳା ମହୋତ୍ସବରେ ପାରମ୍ପରିକ ଲୋକନୃତ୍ୟର ତାଳେ ତାଳେ ଝୁମିଛନ୍ତି ଲୋକେ । ଶୀତୁଆ ସନ୍ଧ୍ୟାରେ ମହୋତ୍ସବ ମଞ୍ଚରେ ଲୋକକଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଏବଂ ସୁରକ୍ଷା ପାଇଁ ଭରପୁର ଉଦ୍ୟମ କରାଯାଇଥିଲା । ଏହି ମହୋତ୍ସବ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ...କଂସ ମହାରାଜଙ୍କ ଚାଲିଛି ନଗର ଭ୍ରମଣ, କାରଗାରରେ ଜନ୍ମ ନେଲେ ଶ୍ରୀକୃଷ୍ଣ