ବୌଦ୍ଧ:କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ଫଳରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି କେନ୍ଦୁପତ୍ର କର୍ମଚାରୀ । ବୌଦ୍ଧ ଜିଲ୍ଲାର କେନ୍ଦୁପତ୍ର ବିଭାଗ ଅଧିନରେ ଆଠଗୋଟି ରେଞ୍ଜ ରହିଥିବା ବେଳେ ସେଥିରେ 2150 ଜଣ ଚେକର,ଚପରାସୀ ଓ ମୁନସୀ କାର୍ଯ୍ୟରତ ଅଛନ୍ତି । ତେବେ ଏହି ଚେକର ମାନଙ୍କ ଦୀର୍ଘ ବର୍ଷ ହେଲା ପଦୋନ୍ନତି, ବକେୟା ପ୍ରାପ୍ୟ ଓ ଅନ୍ୟାନ୍ୟ ସମସ୍ୟା ଲାଗିରହିଛି । ଏହି କର୍ମଚାରୀଙ୍କୁ ମାତ୍ର ପାଞ୍ଚ ପ୍ରତିଶତ ବୋନସ ଯୋଗୁଁ ମଧ୍ୟ ଉଦବେଗ ପ୍ରକାଶ ପାଇଛି ।
କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ - ବୌଦ୍ଧ ଖବର
କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ । ଫଳରେ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି କେନ୍ଦୁପତ୍ର କର୍ମଚାରୀ । ଏନେଇ ଜରୁରୀ ବୈଠକ ଡାକିଲା ସଂଘ । ଅଧିକ ପଢନ୍ତୁ...
ଜିଲ୍ଲାର କେନ୍ଦୁପତ୍ର ସାରା ରାଜ୍ୟ ବ୍ୟତୀତ ସାରାଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି । ଏହାଛଡା କେନ୍ଦୁପତ୍ର ରାଜ୍ୟ ସରକାରଙ୍କ ରାଜସ୍ୱ ଆଦାୟର ଏକ ପ୍ରମୁଖ ମାଧ୍ୟମ । ଜିଲ୍ଲାରେ ପ୍ରାୟ 35 ହଜାର କେନ୍ଦୁପତ୍ର ତୋଳାଳୀ ସିଧାସଳଖ ଶତ ପ୍ରତିଶତ ବୋନସ ପାଉଥିବା ବେଳେ କର୍ମଚାରୀଙ୍କ କ୍ଷେତ୍ରରେ ମାତ୍ର ପାଞ୍ଚ ପ୍ରତିଶତ ବୋନସ ପ୍ରଦାନ କରାଯାଉଛି । କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧାକୁ ନେଇ ସଂଘ ପକ୍ଷରୁ ଏକ ବୈଠକ ବସିଥିଲା । ବୈଠକରେ ଏହାର ପ୍ରତିବାଦ କରାଯାଇଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି ଉପସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ