ଓଡିଶା

odisha

ETV Bharat / state

‘ଶିକ୍ଷା ଓ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯିବ’

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆସୁଥିବା କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଉନ୍ନତି ଦିଗରେ କାମ କରିବେ ବୋଲି ବୌଦ୍ଧ ଗସ୍ତରେ ଆସିଥିବା ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି । ଏହାସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଦିଗରେ ଅଧିକ ଧ୍ୟାନ ଦେବୁ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

By

Published : Jun 11, 2019, 3:13 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହେବା ପରେ ବୌଦ୍ଧ ଗସ୍ତରେ ଆସିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ଏହି ଅବସରରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆସୁଥିବା କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଉନ୍ନତି ଦିଗରେ କାମ କରିବେ ବୋଲି କହିଛନ୍ତି । ଏହା ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଦିଗରେ ଅଧିକ ଧ୍ୟାନ ଦେବୁ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହା ସହ କନ୍ଧମାଳକୁ ରେଳଲାଇନ ଆଣିବା ଦିଗରେ କାର୍ଯ୍ୟ କରିବା ସହ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟକୁ ତ୍ବରାନିତ୍ବ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଉଲ୍ଲେଖ କରିଛନ୍ତି । ତେବେ ତାଙ୍କର ସଂସଦରେ କନ୍ଧମାଳ ସଂସଦୀୟ କ୍ଷେତ୍ର ପ୍ରତି ଆଭିମୁଖ୍ୟ କଣ ରହିବ ସେ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବୌଦ୍ଧ ପ୍ରତିନିଧି ସତ୍ୟନାରାୟଣ ପାଣି ।

ABOUT THE AUTHOR

...view details