ଓଡିଶା

odisha

ETV Bharat / state

ବୁଦୁବୁଦିଆ ସ୍ଥାନ ପାଲଟିଛି ସରକାରୀ ନିର୍ମାଣଧୀନ କଲ୍ୟାଣ ମଣ୍ଡପ

ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢିଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ସେଠାର କାର୍ଯ୍ୟ ଆଗକୁ ବଢୁନାହିଁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 19, 2019, 10:26 AM IST

ବୌଦ୍ଧ: ଜଙ୍ଗଲି ବୁଦୁବୁଦିଆ ସ୍ଥାନ ପାଲଟିଛି ସରକାରୀ ନିର୍ମାଣଧୀନ କଲ୍ୟାଣ ମଣ୍ଡପ । ଲୋକଙ୍କ ସୁବିଧା ପାଇଁ ବୌଦ୍ଧ ଜିଲ୍ଲା ମୁର୍ଷୁଣ୍ଢିଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ସେଠାରେ କାର୍ଯ୍ୟ ଆଗକୁ ବଢୁନାହିଁ । କେବଳ ଫାଉଣ୍ଡେସନ କାମ ଅଧାପନ୍ତରିଆ ହୋଇ ପଡିରହିଛି କଲ୍ୟାଣ ମଣ୍ଡପ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ମୁତାବକ, ୨୦୧୬-୧୭ ମସିହାରେ ଚତୁର୍ଦ୍ଦଶ ଅର୍ଥ କମିଶନରୁ ପ୍ରାପ୍ତ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଲୋକଙ୍କ ସୁବିଧା ପାଇଁ ଏହି କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏବେ ତାହା ଅଧାପନ୍ତରିଆ ହୋଇ ପଡିରହିଛି । ଫଳରେ ଅଞ୍ଚଳବାସୀ ବିବାହ ଆଦି ବିଭିନ୍ନ ସାମାଜିକ କାର୍ଯ୍ୟ କରିବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ତେବେ ପର୍ଯ୍ୟାୟ କ୍ରମେ ଅର୍ଥ ମଞ୍ଜୁରୀ ହେଉଥିବାରୁ ପ୍ରଥମ ପର୍ଯ୍ୟାୟର ଦଶ ଲକ୍ଷ ଟଙ୍କା ଉକ୍ତ କାର୍ଯ୍ୟରେ ଲାଗିଛି । ବଳକା ଅର୍ଥ ମଞ୍ଜୁରୀ ହେଲେ କାମହେବ ବୋଲି ବିଡିଓ କହିଛନ୍ତି ।


ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details