ଓଡିଶା

odisha

ETV Bharat / state

ଜାଗା ମିଶନରେ ଅନିୟମିତତା, ଦ୍ବନ୍ଦରେ ପ୍ରକୃତ ହିତାଧିକାରୀ - ଜାଗା ମିଶନରେ ଅନିୟମିତତା

ଜାଗା ମିଶନରେ ହିତାଧିକାରୀଙ୍କୁ ଚିହ୍ନଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତିବାସୀ । ଅଧିକାରୀ କହିଛନ୍ତି ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ନିୟମ ମୁତାବକ ପଦକ୍ଷେପ ନିଆଯିବ । ଅଧିକ ପଢନ୍ତୁ...

irregularity in jaga mission, jaga mission in boudh, jaga mission benificiary in confusion, ବୌଦ୍ଧରେ ଜାଗା ମିଶନ, ଜାଗା ମିଶନରେ ଅନିୟମିତତା, ଦ୍ବନ୍ଦରେ ଜାଗା ମିଶନ ହିତାଧିକାରୀ
ଜାଗା ମିଶନରେ ଅନିୟମିତତା, ଦ୍ବନ୍ଦରେ ପ୍ରକୃତ ହିତାଧିକାରୀ

By

Published : Dec 14, 2019, 2:55 AM IST

ବୌଦ୍ଧ: ଜାଗା ମିଶନରେ ହିତାଧିକାରୀଙ୍କୁ ଚିହ୍ନଟ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବସ୍ତିବାସୀ । ଅଧିକାରୀ କହିଛନ୍ତି ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ନିୟମ ମୁତାବକ ପଦକ୍ଷେପ ନିଆଯିବ । ହେଲେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ତାଲିକାର ବହିର୍ଭୁକ୍ତ ହୋଇଛନ୍ତି ଅନେକ ପ୍ରକୃତ ହିତାଧିକାରୀ । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ରାଜ୍ୟ ସରକାରଙ୍କ ଜାଗା ମିଶନ ମାଧ୍ୟମରେ ହିତାଧିକାରୀଙ୍କୁ ଚିହ୍ନଟ ସହ ପ୍ରାୟ ଦେଢ ଡେସିମିଲ ଡିହ ଯୋଗାଇ ଦିଆଯାଉଛି । ପ୍ରାଥମିକ ସର୍ଭେ ପରେ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ପୌର ପରିଷଦ ପକ୍ଷରୁ ସ୍ଲମ ବସ୍ତିରେ ଘର ଡିହ ସହ ଆବାସ ଯୋଜନାରେ ଗରିବ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।

ଜାଗା ମିଶନରେ ଅନିୟମିତତା, ଦ୍ବନ୍ଦରେ ପ୍ରକୃତ ହିତାଧିକାରୀ

କିନ୍ତୁ ଅନେକ ପ୍ରକୃତ ହିତାଧିକାରୀଙ୍କୁ ଏହି ତାଲିକାରେ ସ୍ଥାନ ମିଳି ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ ଭାବେ ଭୂମି ହୀନ, ଭିକ୍ଷା ବୃତ୍ତି, ଅତ୍ୟନ୍ତ ଅସହାୟ ଭଳି ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବାର ଯୋଜନା ରହିଥିଲେ ମଧ୍ୟ ସେମାନଙ୍କୁ ଜାଗା ମିଳିପାରି ନଥିବା ଅଭିଯୋଗ କରିଛନ୍ତି । ବଡ ବଡ ପ୍ରତିପତ୍ତିଶାଳୀ ଲୋକ, ନେତା, ବ୍ୟବସାୟୀ ଯେଉଁମାନଙ୍କ ଅନ୍ୟ ଜିଲ୍ଲା କିମ୍ବା ଅନ୍ୟ ସ୍ଥାନରେ ପ୍ଲଟ ରହିଛି ସେମାନେ ଏହି ଆଇନର ଗଳା ବାଟ ଖୋଜିବା ଆରମ୍ଭ କରିଥିବାରୁ ଏନେଇ କଡା ପଦକ୍ଷେପ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details