ଓଡିଶା

odisha

ETV Bharat / state

ଭୂମିହୀନଙ୍କୁ ଭୂମି ଯୋଗାଣରେ ହେରଫେର - landless people

ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅନ୍ତର୍ଗତ ଭୂମିହୀନ ଲୋକଙ୍କ ପାଇଁ ଥିବା ଯୋଜନା ବାଟମାରଣା ହୋଇଛି । ଅଧିକ ପଢନ୍ତୁ...

ଭୂମିହୀନଙ୍କୁ ଭୂମି ଯୋଗାଣରେ ହେରଫେର d
ଭୂମିହୀନଙ୍କୁ ଭୂମି ଯୋଗାଣରେ ହେରଫେର d

By

Published : May 5, 2021, 12:30 PM IST

ବୌଦ୍ଧ: ଗରିବ ତଥା ଭୂମିହୀନ ଲୋକଙ୍କ ପାଇଁ ଥିବା ଯୋଜନା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସ୍ବେଚ୍ଛାସେବୀ ରାଜସ୍ବ ବିଭାଗର ଟାଳଟୁଳ ନୀତିକୁ କଡା ସମାଲୋଚନା କରିଛନ୍ତି ।

ବୌଦ୍ଧ ଜିଲ୍ଲାର ତିନୋଟି ତହସିଲ ଅନ୍ତର୍ଗତ ବିଭିନ୍ନ ଆରଆଇ ସର୍କଲରେ ଶହ ଶହ ସଂଖ୍ୟାରେ ଭୂମିହୀନ ଲୋକ ରହିଛନ୍ତି । ଏଭଳି ଗରିବ ହିତାଧିକାରୀଙ୍କୁ ସରକାର ଥଇଥାନ ପାଇଁ ଚାରି ଡେସିମିଲ ଲେଖାଏଁ ଭୂମି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ବୌଦ୍ଧ ତହସିଲ ଅନ୍ତର୍ଗତ ଶଗଡା ରାଜସ୍ବ ମଣ୍ଡଳ ଅଧିନରେ ତେୟାଳିଶ ଗୋଟି ରାଜସ୍ବ ଗ୍ରାମ ରହିଛି । ସେଥିରୁ ଅନେକ ସ୍ଥାନରେ ଗରିବ ତଥା ଭୂମିହୀନ ପ୍ରଜା ବସବାସ କରୁଛନ୍ତି । ଏମାନଙ୍କ ପାଇଁ ସରକାର ଚାରି ଡେସିମିଲ ଲେଖାଏଁ ଭୂମି ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି ।

ଭୂମିହୀନଙ୍କୁ ଭୂମି ଯୋଗାଣରେ ହେରଫେର d

କିନ୍ତୁ ସ୍ଥାନୀୟ ଆରଆଇଙ୍କ ଅବହେଳାରୁ ଏମାନଙ୍କୁ ଦୀର୍ଘ ଦିନ ହେଲା ନୋଟିସ ଜାରି କରାଯାଉନଥିବା ସ୍ଥାନୀୟ ସ୍ବେଚ୍ଛାସେବୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି 27ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରି ସହାୟତା ଯୋଗାଇଦେବାକୁ ଦାବି ହୋଇଛି । ସେପଟେ କୋରୋନା କଟକଣା ଯୋଗୁଁ ଏଭଳି ବିଳମ୍ବ ହୋଇଥିବା ସ୍ଥାନୀୟ ଆରଆଇ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details