ଓଡିଶା

odisha

ETV Bharat / state

ବୌଦ୍ଧରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ

Parikrama project inauguration: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ବୌଦ୍ଧରେ ପହଞ୍ଚିଲା ନିମନ୍ତ୍ରଣ । ଜିଲ୍ଲାର ସଦର ଚନ୍ଦ୍ରଚୂଡ ମନ୍ଦିର ଓ ପୁରୁଣା କଟକ ସ୍ଥିତ ମା’ ଭୈରବୀଙ୍କୁ ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇଛି । ଆଗକୁ ପଢ଼ନ୍ତୁ,

ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ
ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ

By ETV Bharat Odisha Team

Published : Dec 27, 2023, 10:27 PM IST

ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ

ବୌଦ୍ଧ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ବୌଦ୍ଧରେ ପହଞ୍ଚିଲା ନିମନ୍ତ୍ରଣ । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲାର ଦୁଇଟି ମନ୍ଦିରର ସେବାୟତଙ୍କୁ ନିମନ୍ତ୍ରଣ ପତ୍ର ଦିଆଗଲା । ଜିଲ୍ଲାର ସଦର ଚନ୍ଦ୍ରଚୂଡ ମନ୍ଦିର ଓ ପୁରୁଣା କଟକ ସ୍ଥିତ ମା’ ଭୈରବୀଙ୍କୁ ଉଦଘାଟନ ପାଇଁ ନିମନ୍ତ୍ରଣ କରାଯାଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ପାଇଁ ଆଜି ଆସିଛି ନିମନ୍ତ୍ରଣ । ଜିଲ୍ଲାର ଦୁଇଟି ମନ୍ଦିରର ସେବାୟତଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ପୁରୀରୁ ଆସିଥିବା ଚାରି ଜଣିଆ ସ୍ବତନ୍ତ୍ର ପ୍ରତିନିଧି । ହରିବୋଲ ହୁଳହୁଳି ସାଙ୍ଗକୁ ଖୋଳ କୀର୍ତ୍ତନରେ ତାଙ୍କୁ ସ୍ବାଗତ କରାଯାଇଥିଲା । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜିଲ୍ଲାର ଦୁଇଟି ମନ୍ଦିରର ସେବାୟତ ତଥା କମିଟି ସଦସ୍ୟଙ୍କୁ ଏହି ନିମନ୍ତ୍ରଣ ପତ୍ର ଦିଆଯାଇଥିଲା । ବୌଦ୍ଧ ଜିଲ୍ଲାର ସଦର ଚନ୍ଦ୍ରଚୂଡ ମନ୍ଦିର ଓ ପୁରୁଣା କଟକ ସ୍ଥିତ ମା’ ଭୈରବୀଙ୍କ ମନ୍ଦିରର ପୂଜକ ସେବାୟତଙ୍କୁ ପ୍ରଥମେ ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ଶ୍ରୀମନ୍ଦିରରୁ ନିମନ୍ତ୍ରଣ: ପରିକ୍ରମା ପ୍ରକଳ୍ପ ଉଦଘାଟନରେ ସମ୍ମିଳିତ ହେବେ ମା' କଟକ ଚଣ୍ଡୀ

ଆସନ୍ତା 17 ତାରିଖରେ ଲୋକାର୍ପିତ ହେବ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବରେ ନିମନ୍ତ୍ରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଧାରାରେ ଆଜି ଶ୍ରୀମନ୍ଦିରର ତିନି ଜଣ ସେବାୟତ ଓ ପୁରୀ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ଭବ୍ୟ ପରିକ୍ରମା ପ୍ରକଳ୍ପ ନିମନ୍ତେ ସ୍ବତନ୍ତ୍ର ନିମନ୍ତ୍ରଣ ପାଇଁ ବୌଦ୍ଧରେ ପହଞ୍ଚିଥିଲେ । ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଏହି ପ୍ରତିନିଧି ମଣ୍ଡଳୀଙ୍କୁ ସ୍ବାଗତ କରିବା ସହିତ ସମ୍ମାନିତ କରିଥିଲେ । ପୁରୀରୁ ଆସିଥିବା ଏହି ପ୍ରତିନିଧି ମଣ୍ଡଳୀ ନିଜ ସହିତ ଆଣିଥିବା ସ୍ବତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଶ୍ରୀମନ୍ଦିର ଭୋଗକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ଲୋକ ସମ୍ପର୍କ ଅଧିକାରୀଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଏଥି ପାଇଁ ୩୦ଟି ଟିମରେ ୧୨୪ଜଣ ସେବାୟତ ନିୟୋଜିତ ହୋଇଥିବା ବେଳେ ସେମାନେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଯାଇ ମନ୍ଦିର ଗୁଡିକରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ୨୦୧୯ ମସିହାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ବେଳେ ୨୦୨୧ ମସିହାରେ ଏହା ରୂପାୟନ ହୋଇଥିଲା । ଶ୍ରୀମନ୍ଦିର ଠାରୁ ୭୫ ମିଟର ବ୍ୟାସାର୍ଦ୍ଧରେ ଏହି ପରିକ୍ରମା କାର୍ଯ୍ୟକ୍ରମରେ ୯ ଗୋଟି ପ୍ରକଳ୍ପ ସ୍ଥାନ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details