ଓଡିଶା

odisha

ETV Bharat / state

ଅପହଞ୍ଚ ସରକାରୀ ଯୋଜନା, ଦୟନୀୟ ଅବସ୍ଥାରେ ହିତାଧିକାରୀ - ବୌଦ୍ଧ

ସ୍ବାମୀ ସର୍ପାଘାତରେ ମୃତ୍ୟୁକୁ 6 ମାସରୁ ଊର୍ଦ୍ଧ୍ବ ସମୟ ବିତିଲାଣି ମାତ୍ର ସରକାରୀ ସହାୟତା ଏପରିକି ବିଧବା ଭତ୍ତା କିମ୍ବା ଚାଉଳ ମୁଠାଏ ମଧ୍ୟ ପଞ୍ଚାୟତରୁ ମିଳିନାହିଁ । ସେହିପରି ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ଭଙ୍ଗା ଘରେ ସମୟ କାଟୁଛନ୍ତି । ଅଧିକ ପଢନ୍ତୁ...

ଅପହଞ୍ଚ ସରକାରୀ ଯୋଜନା, ଦୟନୀୟ ଅବସ୍ଥାରେ ହିତାଧିକାରୀ
ଅପହଞ୍ଚ ସରକାରୀ ଯୋଜନା, ଦୟନୀୟ ଅବସ୍ଥାରେ ହିତାଧିକାରୀ

By

Published : Mar 13, 2021, 12:50 PM IST

ବୌଦ୍ଧ: ସ୍ବାମୀ ସର୍ପାଘାତରେ ମୃତ୍ୟୁକୁ 6 ମାସରୁ ଊର୍ଦ୍ଧ୍ବ ସମୟ ବିତିଲାଣି ମାତ୍ର ସରକାରୀ ସହାୟତା ଏପରିକି ବିଧବା ଭତ୍ତା କିମ୍ବା ଚାଉଳ ମୁଠାଏ ମଧ୍ୟ ପଞ୍ଚାୟତରୁ ମିଳିନାହିଁ । ସେହିପରି ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ଭଙ୍ଗା ଘରେ ସମୟ କାଟୁଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ ପ୍ରକୃତ ହିତାଧିକାରୀଙ୍କ ପାଇଁ ଅପହଞ୍ଚ ।

ଅପହଞ୍ଚ ସରକାରୀ ଯୋଜନା, ଦୟନୀୟ ଅବସ୍ଥାରେ ହିତାଧିକାରୀ

ଏଭଳି ଦୁଇଟି ଚିତ୍ର ଆମ ବ୍ୟବସ୍ଥା ଆଡକୁ ଆଙ୍ଗୁଳି ଉଠାଇଛି । ପ୍ରଥମଟି ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନିକଟରେ ଥିବା ବସ୍ତିରେ ବାସ କରୁଥିବା ବୃଦ୍ଧ ଦମ୍ଫତ୍ତିଙ୍କର, ଏଠାରେ ବୃଦ୍ଧ ଲଳିତ ଓ ତାଙ୍କ ପତ୍ନୀ ଚେର ନିଜ ଏକମାତ୍ର ଝିଅକୁ ବିବାହ କରି ସାରିବା ପରେ ବସବାସ କରୁଛନ୍ତି । ଲଳିତଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ ବୃଦ୍ଧା ଚେରଙ୍କୁ କିନ୍ତୁ ଆଜି ପର୍ଯ୍ୟନ୍ତ ଭତ୍ତା ମିଳି ପାରିଲା ନାହିଁ । ଯେଉଁଠି ଭତ୍ତା ମିଳିବା କଷ୍ଟକର ସେଠାରେ ସରକାରୀ ପକ୍କା ଘର କଥା ପଚାରେ କିଏ । ଫଳରେ ଉଭୟେ ଏକ ଭଙ୍ଗା ଘରେ ବାଧ୍ୟ ହୋଇ କାଳ କାଟୁଛନ୍ତି ।

ସେହିପରି ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତ ସଦରରେ ବାସ କରୁଥିବା ଅନୀତାଙ୍କ ଦୁଃଖଭରା କାହାଣୀ ଆହୁରି କଷ୍ଟକର କାରଣ ଅନୀତାଙ୍କ ସ୍ବାମୀ ଦୀର୍ଘ 6 ମାସରୁ ଉର୍ଦ୍ଧ୍ବ ସମୟ ପୂର୍ବରୁ ସର୍ପାଘାତରେ ମୃତ୍ୟୁବରଣ କଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ ଅନୀତାଙ୍କ ପରିବାରକୁ କୌଣସି ସରକାରୀ ସହାୟତା ମିଳିପାରି ନଥିବା ଅଭିଯୋଗ ହୋଇଛି । ଏପରିକି ଅନୀତାଙ୍କୁ ବାରମ୍ବାର ଗୁହାରି ପରେ ମଧ୍ୟ ପଞ୍ଚାୟତ ପକ୍ଷରୁ ବିଧବା ଭତ୍ତା କିମ୍ବା ଚାଉଳ ମୁଠାଏ ମଧ୍ୟ ଦିଆଯାଇ ନାହିଁ । ଅନ୍ୟପକ୍ଷେ ଅନୀତା ଗର୍ଭବତୀ ମଧ୍ୟ, ତେବେ ଏପରି ସମୟରେ ତାଙ୍କୁ କୌଣସି ସରକାରୀ ସହାୟତା ନମିଳିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details