ଓଡିଶା

odisha

ବିଜୟା ଦଶମୀ ପାଇଁ ଉତ୍ସବମୁଖର ଶକ୍ତିପୀଠ

ବିଜୟା ଦଶମୀ ପାଇଁ ଉତ୍ସବ ମୁଖର ହୋଇଛି ବିଭିନ୍ନ ଶକ୍ତିପୀଠ । ଏହି ଅବସରରେ ଗଡଜାତ ଶାସନକାଳରେ ଏକ ଭିନ୍ନ ଢଙ୍ଗରେ ପାଳନ ହୋଇଥିଲା ଦଶହରା । ଅଧିକ ପଢ଼ନ୍ତୁ

By

Published : Oct 5, 2022, 10:59 PM IST

Published : Oct 5, 2022, 10:59 PM IST

Updated : Oct 6, 2022, 9:10 AM IST

ବିଜୟା ଦଶମୀ ପାଇଁ ଉତ୍ସବମୁଖର ଶକ୍ତିପୀଠ
ବିଜୟା ଦଶମୀ ପାଇଁ ଉତ୍ସବମୁଖର ଶକ୍ତିପୀଠ

ବୌଦ୍ଧ:ବିଜୟା ଦଶମୀ ପାଇଁ ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ । ବୌଦ୍ଧ ଜିଲ୍ଲା ପୁରୁଣା କଟକ ଭୈରବୀ, ବୌଦ୍ଧର ରଘୁନାଥ ପୀଠ, ମାଳିସାହି ଦୁର୍ଗା ପୀଠ, ବାଉଁଶୁଣୀ କ୍ଷେତ୍ରପାଳିନୀ, ମନମୁଣ୍ଡା କାଙ୍କାଳୀ, ଚଣ୍ଡିତଳର ଚଣ୍ଡୀ ପୀଠ ଓ ଘଣ୍ଟାପଡାର ସମଲେଶ୍ବରୀ ପୀଠରେ ଶାରଦୀୟ ଦୁର୍ଗା ପୂଜା ରୀତନୀତିରେ ପାଳନ କରାଯାଇଥିଲା ।

ବିଜୟା ଦଶମୀ ପାଇଁ ଉତ୍ସବମୁଖର ଶକ୍ତିପୀଠ

ଏହି କ୍ରମରେ ସହରର ବିଭିନ୍ନ ଦେବାଦେବୀଙ୍କ ମିଳନ ଶୋଭାଯାତ୍ରା ସର୍ବାଧିକ ଆକର୍ଷଣୀୟ ହୋଇଛି । ତେବେ ଗଡଜାତ ଶାସନ କାଳରେ ବୌଦ୍ଧରେ ଏଭଳି ସାର୍ବଜନୀନ ଦୁର୍ଗା ପୂଜା ବଦଳରେ କେବଳ ରାଜବାଟୀର କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା ହେଉଥିଲା । ଏପରିକି ଶତାଧିକ ବର୍ଷ ପୂର୍ବରୁ ଏଠାରେ ନରବଳୀ ପ୍ରଥା ପ୍ରଚଳିତ ଥିଲା ।

ତେବେ ଦଶହରା ଅନୁକୂଳ ପାଇଁ ସନ୍ଧ୍ୟାରେ ହାତୀ, ଘୋଡା ସହିତ ଏକ ବିରାଟ ପଟୁଆର ନଗର ପରିକ୍ରମା ପରମ୍ପରା ପ୍ରଚଳିତ ଥିଲା । ପୁରୁଣା ଦିନରେ ଦଶହରା ଉତ୍ସବ ଓ ଦଶହରା ଅନୁକୂଳ କିଭଳି ପାଳନ ହେଉଥିଲା ସେ ସମ୍ପର୍କରେ ବୌଦ୍ଧର ଶତାୟୁ ଶ୍ରଦ୍ଧାଳୁ ଗୌର ମୋହନ ମିଶ୍ର ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଏହି ଦିନରେ ଆକର୍ଷଣୀୟ ହୋଇ ଉଠିଛି ଦେବାଦେବୀଙ୍କ ମିଳନ ପର୍ବ । ବିଜୟା ଦଶମୀରେ ଅସ୍ତ୍ରପୂଜା ସହ ଦଶହରା ଅନୁକୂଳ ଭଳି ପ୍ରାଚୀନ ପରମ୍ପରାକୁ ମଧ୍ୟ ପାଳନ କରାଯାଉଛି । ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଦେବୀ ଭୈରବୀ ପୀଠରେ ପାର୍ବଣ ପାଇଁ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜା ହୋଇଥାଏ ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 6, 2022, 9:10 AM IST

ABOUT THE AUTHOR

...view details