ଓଡିଶା

odisha

ETV Bharat / state

ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ‘ବୁଟବୁଟି’

ବୌଦ୍ଧ ପୌର ପରିଷଦ ଅନ୍ତର୍ଗତ ମହାନଦୀ ଗର୍ଭସ୍ଥ ମର୍ଜାକୁଦ ଦ୍ବୀପର ଠିକ ଅପରପାର୍ଶ୍ବରେ ନଦୀ କୂଳରେ ରହିଛି ଛୋଟଛୋଟ ଗରମ ପାଣି ବାହାରୁଥିବା ଜଳଧାର । ବହୁବର୍ଷ ପୂର୍ବରୁ ଏହା ଭୂଗର୍ଭରୁ ଫୁଟି ବାହାରୁଛି । ତେବେ ତାହା ସଠିକ ଜଣାପଡି ନଥିଲେ ମଧ୍ୟ ଏହା ଉଷ୍ମ ପ୍ରଷ୍ଣବଣ ଅନ୍ୟତମ ସ୍ଥାନ ବୋଲି କୁହାଯାଇପାରେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Apr 28, 2019, 2:41 AM IST

Updated : Apr 28, 2019, 2:35 PM IST

ବୌଦ୍ଧ: ପର୍ଯ୍ୟଟନ ସ୍ଥଳୀରେ ଗନ୍ତାଘର ଓଡିଶା । ବିଶେଷକରି ପଶ୍ଚିମ ଓଡ଼ିଶାରେ ଥିବା ପ୍ରାଚୀନ ମନ୍ଦିର ଓ ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟନମାନଙ୍କୁ ଏଠାକୁ ଆସିବା ପାଇଁ ଆକର୍ଷିତ କରିଥାଏ । ଏହି ଧାରାରେ ମହାନଦୀ ସଦାସର୍ବଦା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲାବେଳେ ଏବେ ଏଥିରେ ଯୋଡି ହେବାର ଆଉ ଏକ ସମ୍ଭାବନା ସୃଷ୍ଟି ହୋଇଛି ଉଷ୍ମ ପ୍ରସବଣ ନିମନ୍ତେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ସୂଚନା ଅନୁଯାୟୀ, ବୌଦ୍ଧ ପୌରପରିଷଦ ଅନ୍ତର୍ଗତ ମହାନଦୀ ଗର୍ଭସ୍ଥ ମର୍ଜାକୁଦ ଦ୍ବୀପର ଠିକ ଅପର ପାର୍ଶ୍ବରେ ନଦୀ କୂଳରେ ରହିଛି ଛୋଟ ଛୋଟ ଗରମ ପାଣି ବାହାରୁଥିବା ଜଳଧାର । ବହୁବର୍ଷ ପୂର୍ବରୁ ଏହା ଭୂଗର୍ଭରୁ ଫୁଟି ବାହାରୁଛି । ତେବେ ତାହା ସଠିକ ଜଣାପଡି ନଥିଲେ ମଧ୍ୟ ଏହା ଉଷ୍ମ ପ୍ରଷ୍ଣବଣର ଅନ୍ୟତମ ସ୍ଥାନ ବୋଲି କୁହାଯାଇପାରେ ।

ଏହି ସ୍ଥାନକୁ ସ୍ଥାନୀୟ ଲୋକେ ଆଧ୍ୟାତ୍ମିକ ଭାବନା ସହିତ ଯୋଡି ଏହି ଜାଗାକୁ ‘ବୁଟବୁଟି’ ବାବାଙ୍କ ପବିତ୍ର ପୀଠ ବୋଲି ବିବେଚନା କରୁଛନ୍ତି । ଉକ୍ତ ସ୍ଥାନଟି ଆଠମଲ୍ଲିକ ସବଡିଭିଜନର ବେଲାଦୁଲା ଗ୍ରାମ ଅଧୀନରେ ରହିଥିବା ବେଳେ ପ୍ରତ୍ୟେକ ଦିନ ଏହି ମାଟି ଭିତରୁ ବାହାରୁଥିବା ଗରମ ପାଣି(ବୁଟବୁଟି) ଦେଖୀବାକୁ ଲୋକଙ୍କ ଭିଡ ଜମୁଛି । ଏନେଇ ବିଧିବଦ୍ଧ ପରୀକ୍ଷା ତଥା ଗବେଷଣା କରାଗଲେ ଉକ୍ତ ସ୍ଥାନ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରିବାର ଆଶଙ୍କା ରହିଛି ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Apr 28, 2019, 2:35 PM IST

For All Latest Updates

ABOUT THE AUTHOR

...view details