ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନରେ ରଥ ଭାଙ୍ଗିଲେ ମା' ଲକ୍ଷ୍ମୀ

ବୌଦ୍ଧ ଜିଲ୍ଲାରେ ମହାବାହୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ଆସିଥିବାରୁ ରୋଷ କରିଥିଲେ ଅଭିମାନିନୀ ମାଆ ଲକ୍ଷ୍ମୀ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନରେ ରଥ ଭାଙ୍ଗିଲେ ମା' ଲକ୍ଷ୍ମୀ
ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନରେ ରଥ ଭାଙ୍ଗିଲେ ମା' ଲକ୍ଷ୍ମୀ

By

Published : Jul 6, 2022, 10:46 AM IST

ବୌଦ୍ଧ: ଜିଲ୍ଲାରେ ମହାବାହୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ମାଉସୀ ଘରକୁ ଆସିଥିବାରୁ ରୋଷ କରିଥିଲେ ଅଭିମାନିନୀ ମାଆ ଲକ୍ଷ୍ମୀ ।

ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି: ଅଭିମାନରେ ରଥ ଭାଙ୍ଗିଲେ ମା' ଲକ୍ଷ୍ମୀ
ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଆଡପ ମଣ୍ଡପରେ ଚତୁର୍ଦ୍ଧା ବିଗ୍ରହ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି । ତେବେ ଗତକାଲି(ମଙ୍ଗଳବାର) ହେରା ପଞ୍ଚମୀ ପାଇଁ ବୌଦ୍ଧର ମାଉସୀ ମା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଜନସମାଗମ ହୋଇଥିବା ବେଳେ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ରାଗରେ ବାହାରି ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ ।ସ୍ବତନ୍ତ୍ର ବିମାନରେ ମା ଲକ୍ଷ୍ମୀ ସେବାୟତଙ୍କ ଗହଣରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ବଡଭାଇ ବଳଭଦ୍ରଙ୍କୁ ମୁଖାବରଣ କରି ପୂଜାର୍ଚ୍ଚନା କରାଯାଇଥିଲା ।ତେବେ ମା ଲକ୍ଷ୍ମୀ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ସମୟରେ ରଥର କିଛି ଅଂଶ ଭାଙ୍ଗି ଦେଇଥିଲେ। ଫଳରେ ରଥ କ୍ଷତିଗ୍ରସ୍ତ ହୋଇଥିଲା । ମଙ୍ଗଳବାର ଶ୍ରୀ ବିଗ୍ରହଙ୍କ ବାମନ ପର୍ଶୁରାମ ବେଶ ଦର୍ଶନ ପାଇଁ ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବୁଧବାର ରଥର ମରାମତି ସହ ଦକ୍ଷିଣାୟନ କରାଯାଇ ପାର୍ଶ୍ଵ ପରିବର୍ତ୍ତନ କରାଯାଇଛି ।ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details