ଓଡିଶା

odisha

ETV Bharat / state

ଗୁରୁ ଦିବସରେ ଗୁରୁ ନିଲମ୍ବିତ

ଅସଦାଚରଣ ମାମଲାରେ ଫେରାର ଥିବା ଜଣେ ରସିକିଆ ପ୍ରଧାନ ଶିକ୍ଷକଙ୍କୁ ଆଜି ନିଲମ୍ବନ କରିଛି ଶିକ୍ଷା ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 5, 2019, 3:33 PM IST

ବୌଦ୍ଧ: ଗୁରୁ ଦିବସରେ ବୌଦ୍ଧର ଅସଦାଚରଣ ମାମଲାରେ ଫେରାର ଥିବା ଜଣେ ରସିକିଆ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛି ଶିକ୍ଷା ବିଭାଗ । ପୂର୍ବରୁ ତାଙ୍କ ନାଁରେ ଖରଶଙ୍କୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଥାଉ କି, ଗଣେଷ ପୂଜା ଦିନ ହରଭଙ୍ଗା ବ୍ଲକର ଧଳପୁର ପଞ୍ଚାୟତ ଅନ୍ତର୍ଗତ ଖରଶଙ୍କୁଳେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନୈକ ଆଦିବାସୀ ଛାତ୍ରୀଙ୍କୁ ଏକୁଟିଆ ପାଇ ପ୍ରଧାନ ଶିକ୍ଷକ ବିଦ୍ୟାଳୟ କଠୋରୀରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ହରଭଙ୍ଗା ପୋଲିସ ଅଭିଯୁକ୍ତକୁ ପଚରାଉଚରା ପାଇଁ ଶିକ୍ଷକ ଙ୍କ ଧଳପୁର ଘରେ ପହଞ୍ଚି ଥିବା ବେଳେ ଅଭିଯୁକ୍ତ ଫେରାର ମାରିଥିଲା ।

ଏହି ଖବରକୁ ସର୍ବପ୍ରଥମେ ଈଟିଭି ଭାରତ ରେ ପ୍ରକାଶ ପରେ ଆଜି ଗୁରୁଦିବସରେ ହିଁ ଏଭଳି କୁତ୍ସିତ ତଥା ମାନସିକ ବିକୃତ ଶିକ୍ଷକକୁ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି । ଶିକ୍ଷକ ଭଳି ପବିତ୍ର ତଥା ମର୍ଜ୍ୟାଦାଜନକ ପେଷାକୁ ଅପମାନିତ କରିଥିବାରୁ ବିଭିନ୍ନ ମହଲରେ ଏହାର ତୀବ୍ର ନିନ୍ଦା କରାଯାଇଛି ।


ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details