ଓଡିଶା

odisha

ETV Bharat / state

ଦାବି ପୂରଣ ପରେ ଦାଉ ସାଜୁଛି ପ୍ରଶାସନ

ବୌଦ୍ଧ ଜିଲ୍ଲା ହରଭଙ୍ଗା ରାମଗଡ ପଞ୍ଚାୟତରେ ବହୁ ଦିନ ଧରି ଦାବି ପୂରଣ ହୋଇଛି । କିନ୍ତୁ ଆପ୍ରୋଚ ରାସ୍ତା ଯୋଗୁଁ ପୋଲ ଅକାମି ହୋଇପଡିରହିଥିବା ବେଳେ ରାସ୍ତା ପାଇଁ ପ୍ରଶାସନ ଲୋକଙ୍କ ଜମି ହଡପ କରୁଥିବାର ଅଭିଯୋଗ ହେଉଛି ।

By

Published : Mar 9, 2019, 11:41 PM IST

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲା ହରଭଙ୍ଗା ରାମଗଡ ପଞ୍ଚାୟତବାସୀଙ୍କ ଦାବି ପୂରଣ ହୋଇଛି ସତ କିନ୍ତୁ 3 ବର୍ଷ ପରେ ମଧ୍ୟ ସମସ୍ୟା ସମାଧାନ ହୋଇନାହିଁ । ଜଗନ୍ନାଥ ସଡକ ନିକଟରେ ନିର୍ମାଣ ହେଲା ସୁଉଚ୍ଚ ପୋଲ ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ । ତେବେ ପୋଲର ଦୁଇ ପାର୍ଶ୍ବର ରାସ୍ତା ଲାଗି ପ୍ରଶାସନ ଲୋକଙ୍କ ଜମିକୁ ହଡପ କରୁଥିବାର ଅଭିଯୋଗ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଜଗନ୍ନାଥ ସଡକ ନିକଟରେ ନିର୍ମିତ ସୁଉଚ୍ଚ ପୋଲକୁ 3 ବର୍ଷ ବିତିଯାଇଛି । ହେଲେ ଆପ୍ରୋଚ ରାସ୍ତା ସମସ୍ୟା ଯୋଗୁଁ ଅକାମି ହୋଇପଡିଛି ପୋଲ । ଏପଟେ କିନ୍ତୁ ପ୍ରଶାସନ ପୋଲର ଦୁଇ ପାର୍ଶ୍ବରେ ରାସ୍ତା ନିମନ୍ତେ ଆବଶ୍ୟକ ଜାଗା ପାଇଁ ବୈକୁଣ୍ଠପୁର ଗ୍ରାମର ଚାରୋଟି ଅଂଶର ପ୍ରାୟ ଦେଢ ଏକର ଜମିକୁ ପ୍ରଶାସନ ହଡପ କରିଛି । ସେପଟେ, ଜମିର ଉପଯୁକ୍ତ କ୍ଷତି ପୂରଣ ନ ମିଳିବା ଯାଏ, ଛାଡିବେ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି ଅଭିଯୋଗକାରୀ ।

ଅନ୍ୟପଟେ, ଏହି ଜନହିତକର କାର୍ଯ୍ୟକୁ ଶୀଘ୍ର କରିବାକୁ ଅଞ୍ଚଳର ଅନ୍ୟ ଏକ ଗୋଷ୍ଠୀ ଚାପ ପ୍ରୟୋଗ କରୁଥିବା ସୂଚନା ମିଳିଛି । ସେହିପରି ଆରଡ଼ି ବିଭାଗ ପକ୍ଷରୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଉତ୍ତରାଧିକାରୀ ପ୍ରମାଣପତ୍ରର ଅଭାବରୁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ନ୍ୟୁଜ

ABOUT THE AUTHOR

...view details