ଓଡିଶା

odisha

By

Published : Aug 27, 2021, 8:20 AM IST

ETV Bharat / state

ଗ୍ରୀନ ମହାନଦୀ ମିଶନରେ ଅନିୟମିତତା ଅଭିଯୋଗ

ଫେଲ ମାରିଛି ସବୁଜ ମହାନଦୀ ମିଶନ । ବୌଦ୍ଧର ପାଞ୍ଚଟି ବନାଞ୍ଚଳର ଅନେକ ସ୍ଥାନରେ ଗ୍ରୀନ ମହାନଦୀ ମିଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ଗ୍ରୀନ ମହାନଦୀ ମିଶନରେ ଅନିୟମିତତା ଅଭିଯୋଗ
ଗ୍ରୀନ ମହାନଦୀ ମିଶନରେ ଅନିୟମିତତା ଅଭିଯୋଗ

ବୌଦ୍ଧ: ଜିଲ୍ଲାରେ ଫେଲ ମାରିଛି ସବୁଜ ମହାନଦୀ ମିଶନ । ବୌଦ୍ଧର ପାଞ୍ଚଟି ବନାଞ୍ଚଳର ଅନେକ ସ୍ଥାନରେ ଗ୍ରୀନ ମହାନଦୀ ମିଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଦୁଇ ବର୍ଷ ତଳେ ନଦୀ କୂଳର ସୁରକ୍ଷା ସହିତ ଜିଲ୍ଲାରେ ସବୁଜିମା ସୃଷ୍ଟି ଉଦ୍ଦେଶ୍ୟରେ ମନମୁଣ୍ଡା ନିକଟସ୍ଥ ଦେଉଳୀ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ ।

ଗ୍ରୀନ ମହାନଦୀ ମିଶନରେ ଅନିୟମିତତା ଅଭିଯୋଗ

କିନ୍ତୁ ଦୁଇ ବର୍ଷ ପରେ ଅନେକ ସ୍ଥାନରେ ଏହି ପ୍ରକଳ୍ପରେ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଗତ ବର୍ଷକ ମଧ୍ୟରେ ବନ୍ୟଜନ୍ତୁଙ୍କ ଅବାଧ ଶୀକାର ବୃଦ୍ଧି ପାଇଛି । ସେହିପରି ବିଭିନ୍ନ ସ୍ଥାନରେ ବନୀକରଣ ଓ ଚାରା ରୋପଣ ବିନା ଜଙ୍ଗଲ କର୍ମଚାରୀଙ୍କ ଉପସ୍ଥିତିରେ ଚାଲୁଥିବା ମଧ୍ୟ ଅଭିଯୋଗ ହୋଇଛି । ବୌଦ୍ଧ ବନଖଣ୍ଡ ଅଧିନରେ ହୋଇଥିବା ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details