ଓଡିଶା

odisha

ETV Bharat / state

ଆଦିବାସୀ ପରିବାର ପାଇଁ ଅପହଞ୍ଚ ସରକାରୀ ଯୋଜନା

ସାତ ସପନ ହୋଇଛି ସରକାରୀ ଯୋଜନା । ଏକ ଆଦିବାସୀ ପରିବାରକୁ ନା ମିଳୁଛି ପକ୍କା ଘର ନା ରାସନ । ଏନେଇ ବାରମ୍ବାର ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅଧିକ ପଢନ୍ତୁ...

ଆଦିବାସୀ ପରିବାର ପାଇଁ ଅପହଞ୍ଚ ସରକାରୀ ଯୋଜନା
ଆଦିବାସୀ ପରିବାର ପାଇଁ ଅପହଞ୍ଚ ସରକାରୀ ଯୋଜନା

By

Published : Jun 3, 2021, 4:36 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ବାଟବଣା ସରକାରୀ ଯୋଜନା । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଟିକରପଡା ପଞ୍ଚାୟତର ଉପାନ୍ତ ଗ୍ରାମ ଗୁରୁଜୀମୁଣ୍ଡା । ଗ୍ରାମଟି ଆଦିବାସୀ ଅଧ୍ୟୁଷିତ ହୋଇଥିଲେ ମଧ୍ୟ ଏଠାରେ ନା ପହଞ୍ଚିପାରୁଛି ସରକାରଙ୍କ ଆବାସ ଯୋଜନା ନା ପାନୀୟଜଳ, ନା ଶିକ୍ଷା । ଏହି ସୁବିଧା ଯେମିତି ସାତ ସପନ ଏହି ଅଞ୍ଚଳ ପାଇଁ । ଗ୍ରାମର ଜନୈକ ଆଦିବାସୀ ପରିବାରର ଦୁଃଖ କହିଲେ ନସରେ ।

ଆଦିବାସୀ ପରିବାର ପାଇଁ ଅପହଞ୍ଚ ସରକାରୀ ଯୋଜନା

ପରିବାରକୁ ଆବାସ ଘର କିମ୍ବା ରାସନ ଠିକରେ ମିଳିପାରି ନଥିବାବେଳେ ସବୁ କିଛି ସରକାରୀ ଯୋଜନାରୁ ବାଦ ପଡିଲା ଭଳି ମନେହେଉଛି । ସେପଟେ ପରିବାରର ଜଣେ ମହିଳା ଦୀର୍ଘ ଦିନ ହେଲା ସ୍ବାମୀଙ୍କୁ ହରାଇଥିଲେ ମଧ୍ୟ ତାଙ୍କୁ ବିଧବା ଭତ୍ତା ମଧ୍ୟ ମିଳିପାରି ନାହିଁ । ଅଞ୍ଚଳରେ ଗମନାଗମନର ଅସୁବିଧା ସହିତ ପାନୀୟଜଳର ସମସ୍ୟା ହେତୁ ଗୁରୁଜୀମୁଣ୍ଡା ଅଞ୍ଚଳର ଅଧିବାସୀ ବଣ ମଣିଷ ଭଳି ରହୁଥିବା ଅଭିଯୋଗ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details