ଓଡିଶା

odisha

ETV Bharat / state

ସଙ୍କଟରେ ଗଣ୍ଡ ଆଦିବାସୀଙ୍କ କୌଳିକ ବୃତ୍ତି - ବୌଦ୍ଧ

ବୌଦ୍ଧକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ଗଣ୍ଡ  ଆଦିବାସୀଙ୍କ ମସିଣା ଏବେ ସଙ୍କଟରେ ।

ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

By

Published : May 10, 2019, 3:52 PM IST

ବୌଦ୍ଧ: ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ 10 କିଲୋମିଟର ଦୂରରେ ଅବସ୍ଥିତ ଲାଣ୍ଡିବନ୍ଧ ଗ୍ରାମ । ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ପଞ୍ଚାୟତରେ ଥିବା ଏହି ଲାଣ୍ଡିବନ୍ଧ ଗ୍ରାମରେ ପ୍ରାୟ ୯୦ରୁ ଉର୍ଦ୍ଧ୍ବ ଗଣ୍ଡ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ସେମାନଙ୍କର ହାତ ତିଆରି ପଟି ବା ମସିଣା ବୌଦ୍ଧକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । କିନ୍ତୁ ଦୁଃଖର ବିଷୟ ଯେ ସେମାନଙ୍କର କୌଳିକ ବୃତ୍ତି ବର୍ତ୍ତମାନ ସଙ୍କଟରେ ।

ଭିଡିଓ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ

ଏହା ମଧ୍ୟ ପଢନ୍ତୁ: କେବେ ଦୂରହେବ ସକମାବାସୀଙ୍କ ଜଳକଷ୍ଟ

ସୂଚନା ଥାଉକି, ଗଣ୍ଡ ସଂପ୍ରଦାୟର କୌଳିକ ବୃତ୍ତି ହେଲା ପଟି ବା ମସିଣା ବୁଣିବା । ଏଥିସହ ସେମାନେ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ମସିଣା ନିମନ୍ତେ ଜଙ୍ଗଲରୁ ଧାମଣ ପଟ୍ଟ ସଂଗ୍ରହ ସହ ନଦୀରୁ ଛଣ ସଂଗ୍ରହ କରି ବିଧି ମୁତାବକ ମସିଣା ବୁଣାଯାଇଥାଏ । ତେବେ ଗୋଟିଏ ମସିଣା ବୁଣିବା ନିମନ୍ତେ 2 ରୁ 3 ଦିନ ସମୟ ଲାଗିଥାଏ । ବଜାରରେ ସେହି ମସିଣା ପ୍ରାୟ 200ଟଙ୍କା ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯାଏ ।

କିନ୍ତୁ ବର୍ତ୍ତମାନ ପିଢି ଏହି କୌଳିକ ବୃତ୍ତରୁ ମୁହଁ ଫେରାଇବା ସହ ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ପାରମ୍ପରିକ ବୃତ୍ତି ବନ୍ଦ ହେବା ଅବସ୍ଥାରେ ପହଞ୍ଚିଲାଣି ।


ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details