ବୌଦ୍ଧ: ପ୍ରାଚୀନ ପରମ୍ପରାକୁ ଆଜିବି ବଜାୟ ରଖିଛନ୍ତି ଗଡତିଆ ବା ଜମିଦାର । ଗଉଡମେଦର ଦେଖିବାକୁ ମିଳିଛି ନିଆରା ପରମ୍ପରା ଗିରିଗୋବର୍ଦ୍ଧନ ଉତ୍ସବ । ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋମବାର ପାଳିତ ହୋଇଛି ଗିରିଗୋବର୍ଦ୍ଧନ ପୂଜାର୍ଚ୍ଚନା । କିନ୍ତୁ ହରଭଙ୍ଗା ବ୍ଲକର କାଲେଶ୍ବର ଗାଁରେ ପ୍ରଚଳିତ ଗିରିଗୋବର୍ଦ୍ଧନ ଉତ୍ସବ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ପୁନର୍ଜିବୀତ କରିଥାଏ ।
ଏଠାରେ ଅନୁଷ୍ଠିତ ଏହି ଉତ୍ସବକୁ ପାରମ୍ପରିକ ଭାବରେ ଗାଁର ଗଡତିଆ ବା ଜମିଦାରଙ୍କ ପୌରହିତ୍ୟରେ ପାଳନ କରାଯାଏ । ଗଉଡ ମେଦ ବା ସ୍ବତନ୍ତ୍ର ଭାବେ ଅନ୍ନ ସହିତ ଛପନ ଭୋଗକୁ ଏଥିରେ ସମିଶ୍ରଣ କରି ଗିରିଗୋବର୍ଦ୍ଧନର ପ୍ରସ୍ତୁତି କରାଯାଇଥାଏ । ସୋମବାର କାଲେଶ୍ବର ଗାଁ ପାଲଟିଥିଲା ଗୋପପୁର ।