ବୌଦ୍ଧ: ଦିନକୁ ଦିନ ରାଜ୍ୟ ରାଜ୍ୟରେ ବଢିବାରେ ଲାଗିଛି ନିଶା କାରବାର । ବେଆଇନ ଗଞ୍ଜେଇ ଚାଷ ପାଇଁ କୁଖ୍ୟାତି ଅର୍ଜନ କରିଥିବା ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଏହାର ଏକ ବଡ ରାକେଟ କାର୍ଯ୍ୟ କରୁଛି । କଣ୍ଟାମାଳ ଥାନା ଅଞ୍ଚଳରୁ ପ୍ରତ୍ୟେକ ଦିନ ଶହ ଶହ କ୍ବିଣ୍ଟାଲ ଗଞ୍ଜେଇ ଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ ହେଉ ଥିବା ବେଳେ ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି ।
କଣ୍ଟାମାଳ ଅଞ୍ଚଳରରୁ ବିଭିନ୍ନ ମାଲ ବୋଝେଇ ଟ୍ରକ, ପିକ ଅପ,ଦାମୀକାର ଏପରିକି ଗଣମାଧ୍ୟମ ଲୋଗୋ ଥିବା କାରରେ ମଧ୍ୟ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି । କଣ୍ଟାମାଳ ଓ ମନମୁଣ୍ଡା ଥାନା ଅଞ୍ଚଳରୁ ସୋନପୁର ଜିଲ୍ଲା ଦେଇ ଛତିଶଗଡ଼, ତେଲେଙ୍ଗାନା, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଜଣାପଡିଛି ।