ଓଡିଶା

odisha

ETV Bharat / state

କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, 2 ଗିରଫ - ganja seized

ବେଆଇନ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ । ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, 2 ଗିରଫ । ଅଧିକ ପଢନ୍ତୁ...

ganja seized in boudha , 2 arrested
ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, 2 ଗିରଫ

By

Published : Apr 11, 2021, 9:01 AM IST

ବୌଦ୍ଧ: ବେଆଇନ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ କପା ଚାଷ ନାଁରେ ଚାଲିଛି ଏହି ସବୁଜ ଜହରର ବ୍ୟବସାୟ । ବର୍ତ୍ତମାନ ଏହି ଗଞ୍ଜେଇ ଅମଳକ୍ଷମ ହୋଇ ଚୋରା ଚାଲାଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଜଣାପଡିଛି । ତେବେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଜିଲ୍ଲା ଅବକାରୀ ସେତେଟା ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି । ଶନିବାର ବୌଦ୍ଧ ପୋଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଟିକରପଡା ପଞ୍ଚାୟତ ଗୁରୁଜିମୁଣ୍ଡା ଅଞ୍ଚଳରେ ଚଢାଉ କରି ଚାଲାଣ ପାଇଁ ରହିଥିବା ଏକ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି ।

ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, 2 ଗିରଫ

ସେପଟେ, କଣ୍ଟାମାଳ ଅବକାରୀ କର୍ମଚାରୀ ଘଣ୍ଟାପଡା ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ଦଶ କେଜି ଗଞ୍ଜେଇ ସହ ଏକ ବାଇକ ଜବତ କରିଛି । ଏହାସହ ଦୁଇ ଜଣ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ଯୁବକ ଦୀର୍ଘ ଦିନ ହେଲା ନିଜକୁ ସାମ୍ବାଦିକ ପରିଚୟ ଦେଇ ଏଭଳି ବେଆଇନ କାରବାର କରୁଥିବା ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details