ଓଡିଶା

odisha

ଅବକାରୀ ବିଭାଗ ଗୋଦାମ ଘର ଆଗରେ ଗଞ୍ଜେଇ ଗଛ, ସୁରାକ ପାଉନାହାନ୍ତି ସରକାରୀ ବାବୁ

By

Published : Jul 17, 2020, 6:52 PM IST

ଗଞ୍ଜେଇ ଚାଷକୁ ବେଆଇନ ଘୋଷଣା କରାଯାଇଥିବା ବେଳେ ଖୋଦ ଅବକାରୀ ବିଭାଗ ନାକତଳେ ଚାଲିଛି ଗଞ୍ଜେଇ ଚାଷ । ଜିଲ୍ଲାର ଅବକାରୀ ବିଭାଗ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରୁ ମାତ୍ର କେଇ ମିଟର ଦୂରରେ ଏକାଧିକ ଗଞ୍ଜେଇ ଗଛ ରହିଥିବା ବେଳେ ଏହାର ସୁରାକ ପାଉନାହାନ୍ତି ଅବକାରୀ ବାବୁ ।

ganja plant, ganja plant infront of boudh excise dept, boudh excise department, ganja farming in boudh, boudh latest news, ଗଞ୍ଜେଇ ଗଛ, ବୌଦ୍ଧ ଅବକାରୀ ବିଭାଗ ଗୋଦାମ ଆଗରେ ଗଞ୍ଜେଇ ଗଛ, ବୌଦ୍ଧ ଅବକାରୀ ବିଭାଗ, ବୌଦ୍ଧରେ ଗଞ୍ଜେଇ ଚାଷ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
ଅବକାରୀ ବିଭାଗ ଗୋଦାମ ଘର ଆଗରେ ଗଞ୍ଜେଇ ଗଛ, ବେଖବର ସରକାରୀ ବାବୁ

ବୌଦ୍ଧ: ଗଞ୍ଜେଇ ଚାଷକୁ ବେଆଇନ ଘୋଷଣା କରାଯାଇଥିବା ବେଳେ ଖୋଦ ଅବକାରୀ ବିଭାଗ ନାକତଳେ ଚାଲିଛି ଗଞ୍ଜେଇ ଚାଷ । ଜିଲ୍ଲାର ଅବକାରୀ ବିଭାଗ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କେଇ ମିଟର ଦୂରରେ ଏକାଧିକ ଗଞ୍ଜେଇ ଗଛ ରହିଥିବା ବେଳେ ଏହାର ସୁରାକ ପାଉନାହାନ୍ତି ଅବକାରୀ ବାବୁ । ଯାହା ଜିଲ୍ଲା ଅବକାରୀ ବିଭାଗର ସଜାଗପଣିଆକୁ ଖୁବ ସ୍ପଷ୍ଟ କରୁଛି ।

ସୂଚନା ଅନୁଯାୟୀ ଜିଲ୍ଲା ଅବକାରୀ ବିଭାଗର ଏକ ଗୋଦାମ ଘର ପ୍ରସ୍ତୁତ ହୋଇଛି ଅବ୍ୟବହୃତ ଅବସ୍ଥାରେ ପଡି ରହିଛି । ଘରଟି ଦୀର୍ଘ ଦିନ ହେବ ନିର୍ମାଣ ସରିଥିବା ବେଳେ ଏହା କାର୍ଯ୍ୟକ୍ଷମ ହୋଇନପାରି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏମିତିରେ ଠିକ୍‌ ଗୋଦାମ ଘର ସାମ୍ନାରେ ଥିବା ପ୍ରସିଦ୍ଧ କଚେରୀ ପଡିଆର ଗୋଟିଏ କୋଣରେ ଲାଗିଛି ଏକାଧିକ ଗଞ୍ଜେଇ ଗଛ ।

ଗଛଗୁଡିକ ସାତ ଫୁଟରୁ ଅଧିକ ଉଚ୍ଚ ହୋଇଥିବା ବେଳେ ଏହାକୁ ଦେଖି ବି ଅଣଦେଖା କରୁଛନ୍ତି ସରକାର ବାବୁ । ତେବେ ସରକାରୀ କାର୍ଯ୍ୟାଳୟ ସାମ୍ନାରେ ଏପରି ଗଞ୍ଜେଇ ଗଛ ଥାଇ ମଧ୍ୟ କିପରି ବିଭାଗୀୟ ଅଧିକାରୀ କିଛି ସୁରାକ ପାଉନାହାନ୍ତି, ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details