ଓଡିଶା

odisha

ETV Bharat / state

ହରଭଙ୍ଗାରେ ମାଗଣା ସ୍ବାସ୍ଥ୍ୟ ଶିବିର; ସାଂସଦଙ୍କୁ ପ୍ରଶଂସା

ଜିଲ୍ଲାବାସୀଙ୍କୁ ଉପଯୁକ୍ତ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଛି ସାଂସଦ ସାମନ୍ତ ସ୍ବାସ୍ଥ୍ୟ ପରୀକ୍ଷା ଶିବିର । ଶିବିରରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ସହ ଦିଆଯାଉଛି ଆବଶ୍ୟକ ପରାମର୍ଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Sep 22, 2019, 9:03 PM IST

ବୌଦ୍ଧ: ଶିକ୍ଷା, ସ୍ବାସ୍ଥ୍ୟ ଭଲି ମୌଳିକ ସୁବିଧାରୁ ବଞ୍ଚିତ ଥିବା ବୌଦ୍ଧ ଜିଲ୍ଲାର ଅନେକ ଅଞ୍ଚଳକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପରାର୍ମଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବା ଅନୁଷ୍ଠିତ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଭୁବନେଶ୍ବର କିମ୍ସ ହସ୍ପିଟାଲର ଡାକ୍ତର ମାନେ ବୌଦ୍ଧ ଆସି ଜିଲ୍ଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଠାରେ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରିଛନ୍ତି । ଏହି ସ୍ବାସ୍ଥ୍ୟ ସେବାକୁ ସାଂସଦ ସାମନ୍ତ ସ୍ବାସ୍ଥ୍ୟ ପରୀକ୍ଷା ଭାବେ ପରିଚାଳନା କରାଯାଉଛି । ଯେଉଁ ଶିବିରରେ କିମ୍ସର ବିଭିନ୍ନ ଡାକ୍ତରୀ ଦଳ ଆସି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ଏବଂ ଆବଶ୍ୟକ ପରାମର୍ଶ ଦେଉଛନ୍ତି ।

ହରଭଙ୍ଗା ବ୍ଲକ ଅଞ୍ଚଳରେ କିଡନୀ ରୋଗ ଏବେ ମହାମାରୀ ଭଳି ବ୍ୟାପୁଥିବାରୁ ଏଭଳି ସ୍ବାସ୍ଥ୍ୟ ଶିବିର ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details