ଓଡିଶା

odisha

ETV Bharat / state

ଫୁଟବଲ ଫର ଅଲ: ବୌଦ୍ଧର 76ଟି ସ୍କୁଲରେ ବଣ୍ଟାଗଲା ଫୁଟବଲ

ଫିଫା ଫୁଟବଲ ଫର ସ୍କୁଲ ମାଧ୍ୟମରେ ବୌଦ୍ଧ ଜିଲ୍ଲାର ସମୁଦାୟ 76 ଗୋଟି ବିଦ୍ୟାଳୟର ଖେଳାଳିଙ୍କୁ ଫୁଟବଲ ଓ ଖେଳ ସାମଗ୍ରୀ ଯୋଗାଇ ଦିଆଯାଇଛି । ଅଧିକ ପଢନ୍ତୁ

ଫୁଟବଲ ଫର ଅଲ : ବୌଦ୍ଧରେ 76 ଟି ସ୍କୁଲରେ ବଣ୍ଟାଗଲା ଫୁଟବଲ
ଫୁଟବଲ ଫର ଅଲ : ବୌଦ୍ଧରେ 76 ଟି ସ୍କୁଲରେ ବଣ୍ଟାଗଲା ଫୁଟବଲ

By

Published : Oct 13, 2022, 9:11 AM IST

ବୌଦ୍ଧ: ଫୁଟବଲ୍ ଫର ଅଲ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦେଶରେ ନୂଆ ଫୁଟବଲ୍ ପ୍ରତିଭା ସୃଷ୍ଟି କରିବା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରାୟ ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍ ବଣ୍ଟନ କରାଯିବ । ଏହି ଅବସରରେ ଫିଫା ଫୁଟବଲ ଫର ସ୍କୁଲ ମାଧ୍ୟମରେ ବୌଦ୍ଧ ଜିଲ୍ଲାର 76 ଗୋଟି ବିଦ୍ୟାଳୟର ଖେଳାଳିଙ୍କୁ ଫୁଟବଲ ଓ ଖେଳ ସାମଗ୍ରୀ ଯୋଗାଇ ଦିଆଯାଇଛି । ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଖେଳ ସାମଗ୍ରୀ ବିତରଣ କରିଥିଲେ ।

ଫୁଟବଲ ଫର ଅଲ : ବୌଦ୍ଧରେ 76 ଟି ସ୍କୁଲରେ ବଣ୍ଟାଗଲା ଫୁଟବଲ

ଫୁଟବଲ ଫର ଅଲ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଫୁଟବଲ ଖେଳର ବିକାଶ ପାଇଁ ପ୍ରଚେଷ୍ଟା କରିଛନ୍ତି । ଏହି ଧାରାରେ ଫିଫା ଫୁଟବଲ ଫର ସ୍କୁଲ ମାଧ୍ୟମରେ ବୌଦ୍ଧ ଜିଲ୍ଲାର 76 ଗୋଟି ବିଦ୍ୟାଳୟର ଖେଳାଳିଙ୍କୁ ଫୁଟବଲ ଓ ଖେଳ ସାମଗ୍ରୀ ପ୍ରଦାନ କରାଯାଇଛି । ବିଶେଷ ଭାବରେ ଫୁଟବଲ ଖେଳକୁ ଅଧିକ ଲୋକପ୍ରିୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ବୌଦ୍ଧ ଜିଲ୍ଲା ବୀରନରସିଂପୁର ନନ୍ଦନବନ ନିକଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଅନ୍ୟ ଅତିଥି ମାନେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଫୁଟବଲ ଖେଳକୁ ଅଧିକ ଲୋକପ୍ରିୟ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା କୁହାଯାଇଛି । ଏହି ଅବସରରେ ଜିଲ୍ଲାର 76 ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଫୁଟବଲ, ଜର୍ସି, ଜୋତା ଆଦି ଅତିଥି ମାନେ ପ୍ରଦାନ କରିଥିଲେ । ସେହିପରି ଆଗକୁ ରାଜ୍ୟ ଫୁଟବଲ ପ୍ରତିଯୋଗିତା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଆୟୋଜନ ହେବ ବୋଲି ସାଂସଦ କହିଥିଲେ ।

ସୂଚନାଯୋଗ୍ୟ, ରାଜ୍ୟରେ ତୃଣମୂଳ ସ୍ତରରେ ଫୁଟବଲର ପ୍ରସାର ପାଇଁ ‘ଫୁଟବଲ ଫର ଅଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ୨୦୦୦ ସ୍କୁଲରେ ୪୩ ହଜାର ଫୁଟବଲ ବଣ୍ଟନ କରାଯିବ। କିଟ୍ ଓ କିସ୍ ଭାଗିଦାରୀରେ ଆନ୍ତର୍ଜାତିକ ଫୁଟବଲ ମହାସଂଘ ଫିଫା ପକ୍ଷରୁ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ରାଜ୍ୟରେ ମଧ୍ୟ ଫୁଟବଲ ଖେଳ ଉପରେ ଫୋକସ ରଖାଯାଉଛି । ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ଖେଳର ପ୍ରସାର ପାଇଁ ଫିଫା ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details