ବୌଦ୍ଧ: ଲୋକକଳା,ସଂସ୍କୃତି ଓ ପରମ୍ପରାକୁ ନେଇ ରାଜ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୌଦ୍ଧ ଜିଲ୍ଲା । ଜିଲ୍ଲାର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣ ନଗର ଗ୍ରାମ ଏକମାତ୍ର କଳାଗ୍ରାମ ହୋଇଥିବା ବେଳେ ବର୍ତ୍ତମାନ ଏହି ଗ୍ରାମରେ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଛି ।
କଳାଗ୍ରାମରେ ଲୋକକଳା ମହୋତ୍ସବ - ଲୋକକଳା ଗ୍ରାମ
ବୌଦ୍ଧ ଜିଲ୍ଲାରେ ଲୋକକଳା ଗ୍ରାମରେ ପାଳିତ ହୋଇଛି ଲୋକକଳା ମହୋତ୍ସବ । ଅଧିକ ପଢନ୍ତୁ...
ବୌଦ୍ଧ ଜିଲ୍ଲାରେ ପାଳିତ ହୋଇଯାଇଛି ଲୋକକଳା ମହୋତ୍ସବ
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସଂସ୍କୃତି ଅଧିକାରୀ ରୀତା ବଳିୟାରସିଂ ଓ ଅନ୍ୟାନ୍ୟ ବରିଷ୍ଠ କଳାକାର ଅତିଥି ରୂପେ ଯୋଗଦେଇ ଜିଲ୍ଲାର ଲୋକକଳା ବଞ୍ଚାଇବାକୁ ବିଭିନ୍ନ ବର୍ଗର ଆବଶ୍ୟକତା ଥିବା ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାର ସର୍ବବୃହତ ପଂକ୍ତି ଭୋଜନର ଆୟୋଜନ ମଧ୍ୟ କରାଯାଇଥିଲା ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ