ଓଡିଶା

odisha

By ETV Bharat Odisha Team

Published : Sep 18, 2023, 12:39 PM IST

ETV Bharat / state

ଉଛୁଳା ନଦୀରେ ବିପଦପୂର୍ଣ୍ଣ ଯାତ୍ରା, ଆତଙ୍କିତ ଅଞ୍ଚଳବାସୀ

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି । ଦଶରୁ ଉର୍ଦ୍ଧ୍ବ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ । ଅଧିକ ପଢନ୍ତୁ

ଉଛୁଳା ନଦୀରେ ବିପଦପୂର୍ଣ୍ଣ ଯାତ୍ରା
ଉଛୁଳା ନଦୀରେ ବିପଦପୂର୍ଣ୍ଣ ଯାତ୍ରା

ଉଛୁଳା ନଦୀରେ ବିପଦପୂର୍ଣ୍ଣ ଯାତ୍ରା

ବୌଦ୍ଧ:ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ । ଉପର ମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହୋଇ ମହାନଦୀ କୂଳରେ ଥିବା ଅନେକ ଗାଁ ଓ ତଳିଆ ଅଞ୍ଚଳରେ ଥିବା ଚାଷ ଜମିରେ ବନ୍ୟାଜଳ ପ୍ରବାହିତ ହେବା ସହିତ ବାଲିଚର ମାଡ଼ି ଯାଇଛି । ସେହିପରି ପୁରୁଣା ଜଗନ୍ନାଥ ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ଲୋକେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗା ସାହାଯ୍ୟରେ ଯାତାୟାତ କରୁଛନ୍ତି ।

ଗତ ୩ ଦିନ ହେଲା ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ ଭାବରେ ଜିଲ୍ଲାର ହରଭଙ୍ଗା ବ୍ଲକର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି । ବୌଦ୍ଧଠାରୁ ଧଳପୁର ପର୍ଯ୍ୟନ୍ତ ଥିବା ପୁରୁଣା ଜଗନ୍ନାଥ ସଡ଼କର କୃଷ୍ଣା ମୋହନପୁର ନିକଟସ୍ଥ ବଲାଟ ନାଳ ଉପରେ ୪ରୁ ୫ ଫୁଟ୍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ତେଣୁ ଏହି ରାସ୍ତା ଉପରେ ନିର୍ଭରଶୀଳ କରଡ଼ି, ଧଳପୁର, ମଙ୍ଗଳପୁର, ରାମଗଡ଼, ପାଣିଘରା, ହରଭଙ୍ଗା, ବୁଲୁରା, ତିରଡ, କୁମାରୀ, ଅତଳସରା, ମାରଡା ଭଳି ଅନେକ ମହାନଦୀ କୂଳରେ ଥିବା ଗ୍ରାମର ହଜାର ହଜାର ପରିବାର ଏହି ବନ୍ୟା ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଛନ୍ତି ।

ସେପଟେ ବର୍ତ୍ତମାନ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଅନ୍ୟପଟେ କୁମ୍ଭୀର ଆତଙ୍କକୁ ନେଇ ଚିନ୍ତାରେ ନଦୀକୂଳିଆ ଅଧିବାସୀ । କୁମ୍ଭୀର ପ୍ରଜନନ କେନ୍ଦ୍ର ଟିକରପଡ଼ା ଅଞ୍ଚଳରୁ ବନ୍ୟାଜଳରେ ଉପରକୁ ଉଠିଆସି କରଡ଼ି, କୃଷ୍ଣ ମୋହନପୁର, ମର୍ଜାକୁଦ ନିକଟସ୍ଥ ମହାନଦୀ ଘାଟରେ ଦେଖିବାକୁ ମିଳିଛି । ଫଳରେ ବର୍ତ୍ତମାନ ଉକ୍ତ ଅଞ୍ଚଳରେ କୁମ୍ଭୀର ଭୟରେ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ସରକାର ହରଭଙ୍ଗା ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ସମୟରେ ଯୋଗାଯୋଗକୁ ସାମାନ୍ୟ କରିବାକୁ ଜଗନ୍ନାଥ ସଡ଼କର ପୁନରୁଦ୍ଧାର କରିଥିଲେ ମଧ୍ୟ ତଳିଆ ରାସ୍ତା ନିର୍ମାଣ ଯୋଗୁଁ ବର୍ତ୍ତମାନ ମଧ୍ୟ ଅନେକ ସ୍ଥାନରେ ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଉଛି ।

ଏହା ମଧ୍ୟ ପଢନ୍ତୁ- ବିପଦ ସଙ୍କେତ ଉପରେ ମହାନଦୀ, ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ସମୀକ୍ଷ କଲେ ଜିଲ୍ଲାପାଳ

ଏପରିକି ବଲାଟ ନାଳ ଉପରେ ଦୀର୍ଘ ଦିନ ହେଲା କୋଡ଼ିଏ କୋଟି ଟଙ୍କାର ବିଜୁସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବାରୁ ଲୋକେ ବାଧ୍ୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । ମହାନଦୀରେ ବନ୍ୟାଜଳ ପ୍ରବାହିତ ହୋଇ ହରଭଙ୍ଗା ବ୍ଲକର ହଜାର ହଜାର ଏକର ଚାଷଜମିରେ ବାଲିଚର ମାଡ଼ି ଯାଇଛି । ଫଳରେ ବର୍ତ୍ତମାନ ଚାଷୀକୁଳ ଚିନ୍ତାରେ ପଡ଼ି ଯାଇଛନ୍ତି । ଚାଷୀଙ୍କ ଜମିରେ ବାଲିଚର ଓ ବନ୍ୟାଜଳ ମାଡ଼ି ଥିଲେ ମଧ୍ୟ କୌଣସି ରାଜସ୍ବ କର୍ମଚାରୀ କିମ୍ବା କୃଷିକ୍ଷେତ୍ର କର୍ମଚାରୀ ଦେଖାଯାଉ ନଥିବାରୁ ଏନେଇ ଗଭୀର ଉଦବେଗ ପ୍ରକାଶ ପାଇଛି । ତେଣୁ ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details