ଓଡିଶା

odisha

By

Published : Dec 10, 2022, 1:15 PM IST

ETV Bharat / state

ଜଗା ଦର୍ଶନ ସାରି ଫେରିଲା ବେଳେ ଜଳିଗଲା ଗାଡ଼ି, ଅଳ୍ପକେ ବର୍ତ୍ତିଲେ 9 ମହାରାଷ୍ଟ୍ର ଯାତ୍ରୀ

ପୁରୀରୁ ଦର୍ଶନ ସାରି ଫେରୁଥିବାବେଳେ ଜଳିଗଲା ତୀର୍ଥଯାତ୍ରୀଙ୍କ ଗାଡ଼ି । ଅଳ୍ପକେ ବର୍ତ୍ତିଲେ 9 ଜଣ ଯାତ୍ରୀ । ଅଧିକ ପଢ଼ନ୍ତୁ

fire breaks out car due to short circuit in boudh
ଜଗା ଦର୍ଶନ ସାରି ଫେରିଲା ବେଳେ ଜଳିଗଲା ଗାଡ଼ି, ଅଳ୍ପକେ ବର୍ତ୍ତିଲେ 9 ମହାରାଷ୍ଟ୍ର ଯାତ୍ରୀ

ବୌଦ୍ଧ:ଚାହୁଁ ଚାହୁଁ ଜଳିଗଲା ତୀର୍ଥଯାତ୍ରୀ ଗାଡ଼ି । ଅଳ୍ପକେ ବର୍ତ୍ତିଲେ 9 ଜଣ ଯାତ୍ରୀ । ପୁରୀରୁ ମହାରାଷ୍ଟ୍ରକୁ ଫେରୁଥିବା ଏକ ସ୍କୋର୍ପିଓ ଗାଡ଼ି ବୌଦ୍ଧ ବାଇପାସଠାରେ ହଠାତ୍‌ ଜଳିଯାଇଛି । ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ଜଗା ଦର୍ଶନ ସାରି ଫେରିଲା ବେଳେ ଜଳିଗଲା ଗାଡ଼ି

ସୂଚନା ମୁତାବକ, ମହାରାଷ୍ଟ୍ରର ନାଗପୁର ଅଞ୍ଚଳରୁ ଏକ ସ୍କୋର୍ପିଓ ଗାଡି ଯୋଗେ ଗୋଟିଏ ପରିବାରର ଏବଂ ସମ୍ପର୍କୀୟମାନେ କନ୍ଧମାଳ ଜିଲ୍ଲାର କୋଟଗଡକୁ ଆସିଥିଲେ । କୋଟଗଡରେ ଏକ ବିବାହ କାର୍ଯ୍ୟ ସାରି ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ନାଗପୁର ଅଭିମୁଖେ ବୌଦ୍ଧ ଦେଇ ଫେରୁଥିଲେ ।

ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ବୌଦ୍ଧ ବାଏପାସ ଦେଇ ଫେରୁଥିବା ଉକ୍ତ କାରରେ ହଠାତ୍‌ ସଟ ସର୍କିଟ କାରଣରୁ ହେଡଲାଇଟ ଲିଭିଯାଇ ଧୂଆଁ ଉଠିବା ଆରମ୍ଭ ହୋଇଥିଲା । ତେବେ କାରଟି ଅଟୋ ଲକ ହେବା ପୂର୍ବରୁ ସମସ୍ତ 9 ଜଣ ଯାତ୍ରୀ ପାଞ୍ଚ ସେକେଣ୍ଡ ମଧ୍ୟରେ ଗାଡ଼ିରୁ ଓହ୍ଲାଇ ଯାଇଥିଲେ । ଫଳରେ ସମସ୍ତଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଛି । ତେବେ ସେମାନଙ୍କ କୌଣସି ସାମଗ୍ରୀ କାରରୁ ଉଦ୍ଧାର ହୋଇପାରି ନଥିବା ଯୋଗୁଁ ନଷ୍ଟ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ଅଘଟଣ ନେଇ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡ଼ିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details