ଓଡିଶା

odisha

ETV Bharat / state

5 ଜଣଙ୍କୁ ବାନ୍ଧିଲା ବନ ବିଭାଗ: ଛାମୁଣ୍ଡିଆରୁ 3, କୁଶଙ୍ଗରୁ ଶିକାରୀ ବାପଝିଅ ଗିରଫ - five arrested for poaching

ଦୁଇଟି ପୃଥକ ଘଟଣାରେ 5ଜଣ ଶିକାରୀଙ୍କୁ ଗିରଫ କରିବା ସହ 2ଟି ଦେଶୀ ବନ୍ଧୁକ ଓ ଗୁଳି ଜବତ ହୋଇଛି । 5 ଜଣଙ୍କ ମଧ୍ୟରେ 2ଜଣ ବାପଝିଅ ରହିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

କୁଶଙ୍ଗରୁ ଶିକାରୀ ବାପଝିଅ ଗିରଫ
କୁଶଙ୍ଗରୁ ଶିକାରୀ ବାପଝିଅ ଗିରଫ

By

Published : Aug 9, 2023, 3:55 PM IST

ବୌଦ୍ଧ: ବନ ବିଭାର କବ୍‌ଜାରେ ଶିକାରୀ ବାପଝିଅ । ଦୁଇଟି ପୃଥକ ଘଟଣାରେ 5 ଜଣ ଶିକାରୀଙ୍କୁ ଗିରଫ କରିବା ସହ 2ଟି ଦେଶୀ ବନ୍ଧୁକ ଓ କିଛି ରାଉଣ୍ଡ୍‌ ଗୁଳି ଜବତ କରିଛି ବନବିଭାଗ । ବନ୍ୟପ୍ରାଣୀ ଅଭୟାରଣ୍ୟରେ ଶିକାର ଅଭିଯୋଗରେ ଦୁଇଟି ଘଟଣାରେ ବନବିଭାଗ ଚଢାଉ କରିଥିଲା । ଏହି ଚଢାଉରେ ଦୁଇଟି ଦେଶୀ ବନ୍ଧୁକ ଜବତ ସହ 5 ଜଣଙ୍କୁ ବନ ବିଭାଗ ଗିରଫ କରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ 2 ଜଣ ବାପଝିଅ ଥିବାବେଳେ ତାଙ୍କ ନିକଟରୁ ବଜ୍ରକାପ୍ତାର କିଛି କାତି ଜବତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

ବନ୍ୟଜନ୍ତୁ ସଂରକ୍ଷିତ ଜଙ୍ଗଲରେ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛନ୍ତି ବନ୍ୟପ୍ରାଣୀ । ପ୍ରତ୍ୟେକ ଦିନ ଏଭଳି ବନ୍ୟଜନ୍ତୁଙ୍କ ଶିକାର ମାମଲା ସାମ୍ନାକୁ ଆସୁଥିବାବେଳେ ବିଭିନ୍ନ ଅପରେସନ ଦ୍ବାରା ଏଭଳି ଶିକାରୀଙ୍କୁ ଧରୁଛି ବନ ବିଭାଗ । ଏଭଳି ଦୁଇଟି ପୃଥକ୍‌ ପୃଥକ୍‌ ଶିକାର ଘଟଣାରେ ବନ ବିଭାଗ 5 ଜଣ ଶିକାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମଙ୍ଗଳବାର ବୌଦ୍ଧ ଜିଲ୍ଲା କୁଶଙ୍ଗ ଅଭୟାରଣ୍ୟ ମଧ୍ୟରେ ଶିକାର ହେଉଥିବା ଖବର ପାଇ ପଦ୍ମତୋଳା ବିଟ୍‌ରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ତେବେ ଦୁଇ ଜଣ ବାପଝିଅଙ୍କୁ ବନ୍ୟଜନ୍ତୁ ଶିକାର ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି । ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ସହିତ ଗୁଳି, ଶିକାରରେ ବ୍ୟବହୃତ ତାର, ଟାଙ୍ଗିଆ ଓ ବଜ୍ରକାପ୍ତାର କାତି ଆଦି ଜବତ ହୋଇଛି । ଏହାସହ ଉଭୟ ବାପଝିଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ ।

ଏହା ବି ପଢନ୍ତୁ...ଠାକୁରମୁଣ୍ଡାରେ 19ଟି ଦେଶୀ ବନ୍ଧୁକ ସମର୍ପଣ କଲେ ଶିକାରୀ

ସେହିପରି ଉକ୍ତ ବନ୍ୟପ୍ରାଣୀ ଅଭୟାରଣ୍ୟର ଛାମୁଣ୍ଡିଆ ଅଞ୍ଚଳରେ ବନ ବିଭାଗର ସ୍ବତନ୍ତ୍ର ସ୍କ୍ୱାଡ୍ ଚଢ଼ାଉ କରିଥିଲେ । ଏହି ଚଢାଉରେ 3 ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବାରମ୍ବାର ବନ୍ୟଜନ୍ତୁଙ୍କ ଶିକାର ହେଉଥିବା ଦେଖିବାକୁ ମିଳିଛି । ଜନସଚେତନତା ଅଭାବରୁ ଅନେକ ସ୍ଥାନରେ ଏଭଳି ଘଟଣା ପରିଲକ୍ଷିତ ହେଉଥିବା କୁହାଯାଉଛି ।

ବାରମ୍ବାର ଏଭଳି ବନ୍ୟଜନ୍ତୁଙ୍କ ଶିକାର ଯୋଗୁଁ ବନ୍ୟଜନ୍ତୁଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସଂରକ୍ଷିତ ଜଙ୍ଗଲରେ ମଧ୍ୟ ବନ୍ୟପ୍ରାଣୀମାନେ ଅସୁରକ୍ଷିତ ହୋଇପଡିଥିବାବେଳେ ଏନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ । ସେପଟେ ଏଭଳି ଶିକାର ରୋକିବାକୁ ବନ ବିଭାଗ ପକ୍ଷରୁ ସ୍କ୍ବାଡ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଅପରେସନ କରାଯାଉଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details