ଓଡିଶା

odisha

ETV Bharat / state

କଣ୍ଟାମାଳରେ ଚାଷୀଙ୍କ ବିକ୍ଷୋଭ, ଜଳଛାୟାରେ ଦୁର୍ନୀତି ଅଭିଯୋଗ - ଚାଷୀଙ୍କ ବିକ୍ଷୋଭ

ଜଳଛାୟାରେ ଦୁର୍ନୀତି ଅଭିଯୋଗରେ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଜଳଛାୟା ପ୍ରକଳ୍ପରେ ପ୍ରକୃତ ଚାଷୀଙ୍କୁ ମିଳୁନି ସହାୟତା । ଅଧିକ ପଢନ୍ତୁ

କଣ୍ଟାମାଳରେ ଚାଷୀଙ୍କ ବିକ୍ଷୋଭ, ଜଳଛାୟା ବିଭାଗରେ ଦୁର୍ନିତି ଅଭିଯୋଗ
କଣ୍ଟାମାଳରେ ଚାଷୀଙ୍କ ବିକ୍ଷୋଭ, ଜଳଛାୟା ବିଭାଗରେ ଦୁର୍ନିତି ଅଭିଯୋଗ

By ETV Bharat Odisha Team

Published : Oct 9, 2023, 9:47 PM IST

Updated : Oct 9, 2023, 10:10 PM IST

କଣ୍ଟାମାଳରେ ଚାଷୀଙ୍କ ବିକ୍ଷୋଭ

ବୌଦ୍ଧ:ଜିଲ୍ଲାର ଜଳଛାୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଚାଷୀଙ୍କ ବିଶାଳ ବିକ୍ଷୋଭ ପ୍ରଦର୍ଶନ । କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଘେରିଲେ ଚାଷୀ । ଜଳଛାୟାରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି କୁନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜଳଛାୟା ପ୍ରକଳ୍ପରେ ଅଯୋଗ୍ୟ ହିତାଧୀକାରୀଙ୍କ ଠାରୁ ଅର୍ଥ ଆଦାୟ କରାଯାଇ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ପ୍ରକୃତ ଗରିବ ଚାଷୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଆଜି ଶତାଧିକ ଚାଷୀ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ୩ ପଞ୍ଚାୟତର ଶହ ଶହ ଚାଷୀ ଜଳଛାୟା ବିଭାଗରେ ଅନିୟମିତତା ଯୋଗୁଁ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ ହୋଇଛି । କଣ୍ଟାମାଳ ବ୍ଲକର ପଲସାଗୋରା,ଖଟଖଟିଆ, ରୁଣ୍ଡିମହୁଲ ଭଳି ୩ଟି ପଞ୍ଚାୟତର ଶହ ଶହ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାର ବଦଳରେ ଅନେକ ଅଯୋଗ୍ୟ ହିତାଧୀକାରୀଙ୍କ ଠାରୁ ବ୍ୟାପକ ଅର୍ଥ ଆଦାୟ କରି ସରକାରୀ ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...3 ଦଫା ଦାବି ନେଇ ଗ୍ରାମୀଣ ଡ଼ାକ ସେବକଙ୍କ ଧାରଣା, ଜିଲ୍ଲା ମୁଖ୍ୟ ଡାକଘର ଫାଟକରେ ମାରିଲେ ତାଲା

ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କଣ୍ଟାମାଳ ଠାରେ ଜନଶୁଣାଣୀ ଅବସରରେ ଅଞ୍ଚଳର ଶତାଧିକ ଚାଷୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଶେଷ ଭାବରେ ଜଳଛାୟା ପ୍ରକଳ୍ପ ଅଧିନରେ ଥିବା ବିଭିନ୍ନ ପାଣି ପଞ୍ଚାୟତର ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିୟମ ରହିଛି । କିନ୍ତୁ କଣ୍ଟାମାଳ ବ୍ଲକର ମାକୈଳାଶୀ ପାଣି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଅଯୋଗ୍ୟ ହିତାଧୀକାରୀଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରି ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଥିବା ଅଭିଯୋଗ ହୋଇଛି ।

ପ୍ରକୃତ ତଥା ଗରିବ ଚାଷୀଙ୍କୁ ଏଭଳି ସରକାରୀ ସହାୟତା ମିଳିପାରିନଥିବା ବେଳେ ଗତ ୨୭ ତାରିଖରେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଚାଷୀ ମାନେ ଅଭିଯୋଗ କରିଥିଲେ । ତେବେ ଏନେଇ କୌଣସି ସୁଫଳ ନମିଳିବାରୁ ଆଜି ଅଞ୍ଚଳର ଶତାଧିକ ଚାଷୀ ବ୍ଲକ ଘେରାଉ କରିବା ସହିତ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲେ । ଯଥା ଶିଘ୍ର ପ୍ରକୃତ ଚାଷୀମାନଙ୍କୁ ଏହି ସରକାରୀ ଯୋଜନାରେ ସାମିଲ କରାଯିବା ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ...ବିପର୍ଯ୍ୟସ୍ତ ରାସ୍ତା ପାଇଁ ନିଆରା ପ୍ରତିବାଦ, ହାଣ୍ଡିରେ ସିମେଣ୍ଟ ଗୋଡି ବାଲି ଧରି ବିକ୍ଷୋଭ


ଈଟିଭି ଭାରତ, ବୌଦ୍ଧ

Last Updated : Oct 9, 2023, 10:10 PM IST

ABOUT THE AUTHOR

...view details