ଓଡିଶା

odisha

ETV Bharat / state

ମଣ୍ଡିରୁ ଉଠୁନି ଧାନ, ସମବାୟ ସମିତିର ସମ୍ପାଦକଙ୍କୁ ତାଲା ପକାଇଲେ ଚାଷୀ - secretary

ବୌଦ୍ଧ କଣ୍ଟାମାଳ ବ୍ଲକର ସିମିଳିପଦର ମଣ୍ଡିରେ ଧାନ ନ ଉଠିବାକୁ ନେଇ ସମବାୟ ସମିତିର ସମ୍ପାଦକଙ୍କୁ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ । ଯେପର୍ଯ୍ୟନ୍ତ ନିଷ୍ପତ୍ତି ନ ହୋଇଛି ତାଲା ଖୋଲିବୁନି ବୋଲି କହିଛନ୍ତି ଚାଷୀ ।

ଡିଜାଇନ ଫଟୋ

By

Published : Jun 18, 2019, 7:18 PM IST

ବୌଦ୍ଧ: ରବି ଧାନ ସଂଗ୍ରହ ନିମନ୍ତେ ଧାର୍ଯ୍ୟ 15 ଦିନ ପରେ ବି ମଣ୍ଡିରୁ ଉଠିନି ଧାନ । ଶେଷରେ ଉତ୍ୟକ୍ତ ଚାଷୀ ନେଲେ ଚରମ ନିଷ୍ପତ୍ତି । ସମବାୟ ସମିତିର ସମ୍ପାଦକଙ୍କୁ କୌଣସି ନିଷ୍ପତ୍ତି ନହେବା ଯାଏ ପକାଇଲେ ତାଲା । ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ବୌଦ୍ଧ କଣ୍ଟାମାଳ ବ୍ଲକର ସିମିଳିପଦର ମଣ୍ଡିରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧାନ ସଂଗ୍ରହ ନିମନ୍ତେ ଦିନ ଧାର୍ଯ୍ୟ ହୋଇ ମିଲରଙ୍କ ଜରିଆରେ ମଣ୍ଡିରୁ ଧାନକ୍ରୟ ଜାରି ରହିଥିବା ବେଳେ କେତେକ ମଣ୍ଡିରୁ ଧାନ ଉଠା ଯାଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଧାନକ୍ରୟ ମଙ୍ଗଳବାର ସୁଦ୍ଧା ନ ହେବାରୁ ସେମାନେ ଉତ୍ୟକ୍ତ ହୋଇ ସଂପାଦକଙ୍କୁ କାର୍ଯ୍ୟାଳୟ ମଧ୍ୟରେ ତାଲା ପକାଇ ଦେଇଛନ୍ତି ।

ଏପଟେ ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ଯେ ସମବାୟ ସମିତି ପକ୍ଷରୁ ହୋଇଥିବା ମଣ୍ଡିରେ ଧାନକ୍ରୟ କରିବା କଥା, କିନ୍ତୁ ସେମାନେ କାହିଁକି କିଣୁ ନାହାନ୍ତି ବୁଝାହେଉନି । ଘଟଣା ଯାହା ହେଉ ନା କାହିଁକି ଏଭଳି ସ୍ଥିତିରେ ଚାଷୀମାନଙ୍କ ସମସ୍ୟା କିଭଳି ସମାଧାନ ହେବ ତାହା ହିଁ ଏବେ ବଡ ପ୍ରଶ୍ନ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details