ଓଡିଶା

odisha

ETV Bharat / state

ଧାନ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଚାଷୀ

ଧାନ ମଣ୍ଡି ଅନ୍ୟତ୍ର ସ୍ଥାନାନ୍ତର ଓ ଚାଷୀଙ୍କ ପଞ୍ଜିକରଣ ବନ୍ଦକୁ ନେଇ ତାତିଲେ ଚାଷୀ । ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

By

Published : Jul 23, 2022, 12:23 PM IST

ଧାନ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଚାଷୀଙ୍କ ଦାବିପତ୍ର
ଧାନ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଚାଷୀଙ୍କ ଦାବିପତ୍ର

ବୌଦ୍ଧ: ଜିଲ୍ଲାରେ ଲାଗି ରହିଛି ମଣ୍ଡି ସମସ୍ୟା । ଧାନ ମଣ୍ଡି ଅନ୍ୟତ୍ର ସ୍ଥାନାନ୍ତର ଓ ଚାଷୀଙ୍କ ପଞ୍ଜିକରଣ ବନ୍ଦକୁ ନେଇ ଗତକାଲିି(ଶୁକ୍ରବାର) ଶହଶହ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଧାନ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଚାଷୀଙ୍କ ଦାବିପତ୍ର
ସୂଚନାଅନୁସାରେ, ବୌଦ୍ଧ ଜିଲ୍ଲା ରକ୍ସା ସମବାୟ ସମିତି ଅଧିନରେ କୁରୁମପଦର ଠାରେ ଗତ ପ୍ରାୟ ପାଞ୍ଚ ବର୍ଷ ତଳେ ଧାନ ମଣ୍ଡି ଖୋଲାଯାଇଥିଲା ।ଚାଷୀ ମାନଙ୍କ ସୁବିଧା ଦୃଷ୍ଟିରୁ ଏଠାରେ ପଞ୍ଜିକରଣ ଠାରୁ ନେଇ ଋଣ ନେଣଦେଣ କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ହୋଇ ଆସୁଥିଲା । କିନ୍ତୁ ଚଳିତ ବର୍ଷ କୌଣସି କାରଣ ନଥାଇ ହଠାତ ଯୋଗାଣ ବିଭାଗ କୁରୁମପଦର ଧାନ ମଣ୍ଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହିତ ଚାଷୀଙ୍କ ପଞ୍ଜିକରଣ ବନ୍ଦ କରିଦେଇଥିଲା । ଯାହାକୁ ଅଞ୍ଚଳର ଚାଷୀ ତୀବ୍ର ବିରୋଧ କରିଛନ୍ତି ।

ଅଞ୍ଚଳର ହଜାର ହଜାର ଚାଷୀ ସମିତିର ସଭାପତିଙ୍କ ନେତୃତ୍ୱରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ ଓ ଏଆରସିଏସଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଅଞ୍ଚଳର ଚାଷୀ ରାଜରାସ୍ତାକୁ ଓହ୍ଲାଇବା ସହିତ ଆଇନ ହାତକୁ ନେଵେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details