ଓଡିଶା

odisha

ETV Bharat / state

ବୌଦ୍ଧରେ ପହଞ୍ଚିଲା ସାର, କଳାବଜାରୀକୁ ନେଇ ଚିନ୍ତାରେ ଚାଷୀ

ୟୁରିଆ ସାରର ବ୍ୟାପକ କଳାବଜାର ଅଭିଯୋଗ । ୟୁରିଆ ବସ୍ତା ପ୍ରତି ପାଞ୍ଚ ଶହ ଟଙ୍କାରୁ ଊର୍ଦ୍ଧ୍ବ ଦାମରେ ଚାଷୀଙ୍କୁ ବିକ୍ରି ଅଭିଯୋଗ । ଗୋଟିଏ ପଟରେ ଚଳିତ ବନ୍ୟା ଚାଷୀଙ୍କ ଚିନ୍ତା ବଢାଇଥିବାବେଳେ ବର୍ତ୍ତମାନ ସାରର କଳାବଜାର ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ପହଞ୍ଚିଲା ସାର, କଳାବଜାରୀକୁ ନେଇ ଚିନ୍ତାରେ ଚାଷୀ
ବୌଦ୍ଧରେ ପହଞ୍ଚିଲା ସାର, କଳାବଜାରୀକୁ ନେଇ ଚିନ୍ତାରେ ଚାଷୀ

By

Published : Aug 29, 2020, 7:40 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାରୀ ଅଭିଯୋଗ । ବର୍ତ୍ତମାନ ବନ୍ୟା ଯୋଗୁଁ ଷାଠିଏ ପ୍ରତିଶତ ଚାଷଜମି ଜଳମଗ୍ନ ହୋଇଥିବାବେଳେ ସାରର ଦ୍ବିଗୁଣିତ ଦର ଚାଷୀଙ୍କୁ କନ୍ଦାଉଛି । ଏନେଇ ନା କୃଷି ବିଭାଗ ନା ଏଆରସିଏସ କେହି ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି ।

ବୌଦ୍ଧରେ ପହଞ୍ଚିଲା ସାର, କଳାବଜାରୀକୁ ନେଇ ଚିନ୍ତାରେ ଚାଷୀ

ଶନିବାର ଚାରିଟି ଟ୍ରକ ଯୋଗେ ପ୍ରାୟ ହଜାରେ ଟନ ୟୁରିଆ ସାର ବୌଦ୍ଧ ସାର ଗୋଦାମରେ ପହଞ୍ଚିଛି । ତେବେ ବିଭାଗୀୟ ଅଧିକାରୀ ଓ ଡିଲର ମଧ୍ୟରେ ମଧୁଚନ୍ଦ୍ରିକା ହେତୁ ସାର ଦରକୁ ନେଇ ଏବେବି ଆଶା ଆଶଙ୍କାରେ ଚାଷୀ । ଗୋଟିଏ ପଟରେ ବନ୍ୟା ଜଳରେ ଚାଷ ଜମି ବୁଡି ରହିଥିବାବେଳେ ୟୁରିଆ ସାରର ଦର ଚାଷୀଙ୍କ ମୁଣ୍ଡରେ ଚଡକ ପଡିବା ସଦୃଶ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details