ଓଡିଶା

odisha

ETV Bharat / state

ଯୋଗାଣ ଅଧିକାରୀଙ୍କୁ ଧାନକ୍ରୟ ପାଇଁ ମୁଣ୍ଡିଆ ମାରିଲେ ବୃଦ୍ଧ ଚାଷୀ

ରବିଧାନ କ୍ରୟ ପାଇଁ ଯୋଗାଣ ଅଧିକାରୀ ଓ ସମବାୟ ଅଧିକାରୀଙ୍କୁ ମୁଣ୍ଡିଆ ମାରିଲେ ଚାଷୀ । ଜିଲ୍ଲାରେ ରବିଧାନ କ୍ରୟରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

By

Published : Jun 18, 2021, 7:19 PM IST

farmer-protest-in-boudh-district
ଯୋଗାଣ ଅଧିକାରୀଙ୍କୁ ଧାନକ୍ରୟ ପାଇଁ ମୁଣ୍ଡିଆ ମାରିଲେ ବୃଦ୍ଧ ଚାଷୀ

ବୌଦ୍ଧ: ରବିଧାନ କ୍ରୟ ପାଇଁ ଯୋଗାଣ ଅଧିକାରୀ ଓ ସମବାୟ ଅଧିକାରୀଙ୍କୁ ମୁଣ୍ଡିଆ ମାରିଲେ ଚାଷୀ । ଜିଲ୍ଲାରେ ରବିଧାନ କ୍ରୟରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଆଜି(ଶୁକ୍ରବାର) ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ।

ଯୋଗାଣ ଅଧିକାରୀଙ୍କୁ ଧାନକ୍ରୟ ପାଇଁ ମୁଣ୍ଡିଆ ମାରିଲେ ବୃଦ୍ଧ ଚାଷୀ
ଥମିବାର ନା ଧରୁନି ଚାଷୀଙ୍କ ଦୁଃଖ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ରବିଧାନ କ୍ରୟକୁ ନେଇ ଅଚଳାବସ୍ଥା ଲାଗିରହିଛି । ଗୋଟିଏ ପଟରେ ଟାର୍ଗେଟ ଅଭାବରୁ ମଣ୍ଡିରେ ଚାଷୀଙ୍କ ଧାନ ପଡିରହିଥିବା ବେଳେ ଅନ୍ୟ ପଟରେ ମୌସୁମୀ ବର୍ଷା ଯୋଗୁଁ ଧାନ ଗଜା ହେବାକୁ ବସିଲାଣି ।

ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ, ତେଲିବନ୍ଧ, ମନମୁଣ୍ଡା,ସିମିଳିପଦର, କୁଳୁତାଯୋର ଭଳି ସମବାୟ ସମିତିରେ ହଜାର ହଜାର ଧାନ ବସ୍ତା ପଡି ରହିଛି । ଗତକାଲି ସିମିଳିପଦର ଅଞ୍ଚଳର ଚାଷୀ ସେଠାରେ ଧାନକ୍ରୟରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସମବାୟ ସମିତି କାର୍ଯ୍ୟାଳୟରେ ତାଲା ପକାଇବା ସହ ଖଟଖଟିଆ ଠାରେ ରାଜରାସ୍ତାକୁ ଅବରୋଧ କରିଥିଲେ । ତେବେ ଏଥିରେ କୌଣସି ସୁଫଳ ନ ମିଳିବାରୁ ଆଜି ସିମିଳିପଦର ଅଞ୍ଚଳର ଶତାଧିକ ଚାଷୀ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବିକ୍ରି ପାଇଁ ଦାବି କରି ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ ।

ଚାଷୀଙ୍କ ସହିତ ଆଲୋଚନା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଓ ସମବାୟ ଅଧିକାରୀ ପହଞ୍ଚି ଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ସୂଚନା ମିଳିଛି । ସେପଟେ ସିମିଳିପଦର ପ୍ୟାକ୍ସ ରେ ଅନିୟମିତତା ହୋଇଥିବା ନେଇ ପ୍ରାଥମିକ ସ୍ତରରେ ଜଣାପଡି ଥିବାରୁ ସେଠାରେ କାର୍ଯ୍ୟରତ ସମବାୟ କର୍ମଚାରୀ ଓ ଡିଇଓଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ଈଟିଭି ଭାରତକୁ ସୂଚନା ଦେଇଛନ୍ତି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ABOUT THE AUTHOR

...view details