ଓଡିଶା

odisha

ETV Bharat / state

'ଇଟିଭି ଭାରତ'ର ମହାପ୍ରଭାବ: ଖବର ପ୍ରସାରଣର ୪୮ ଘଣ୍ଟାରେ ପହଞ୍ଚିଲା ବ୍ଲକ ପ୍ରଶାସନ - etv impact on former mp ainrudha dipa daughter in low

ଇଟିଭି ଭାରତର ମହାପ୍ରଭାବ  । ଗତ 20  ତାରିଖରେ ଇଟିଭି ଭାରତରେ ପ୍ରକାଶିତ "ଭତ୍ତା ହିଁ ଆମର ସାହା ଭରସା " ଶୀର୍ଷକ ଖବର ପ୍ରସାରଣ ପରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁରର ସ୍ବର୍ଗତ ଅନୀରୁଦ୍ଧ ଦୀପଙ୍କ ବିଧବା ବୋହୂ ଓ ନାତିନାତୁଣୀ କିଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି, ସେ ସମ୍ପର୍କରେ ପ୍ରଶାସନ ତତ୍ପରତା ଦେଖାଇଛନ୍ତି  ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Oct 23, 2019, 1:14 PM IST

ବୌଦ୍ଧ: ଇଟିଭି ଭାରତର ମହାପ୍ରଭାବ । ଗତ 20 ତାରିଖରେ ଇଟିଭି ଭାରତରେ ପ୍ରକାଶିତ "ଭତ୍ତା ହିଁ ଆମର ସାହା ଭରସା " ଶୀର୍ଷକ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛନ୍ତି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁରର ସ୍ବର୍ଗତ ଅନୀରୁଦ୍ଧ ଦୀପ ଯିଏକି ବୌଦ୍ଧର ବିଧାୟକ ସହିତ କନ୍ଧମାଳ ଲୋକସଭା ସାଂସଦ ଥିଲେ । ତାଙ୍କ ବିଧବା ବୋହୂ ଓ ନାତିନାତୁଣୀ କିଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି ସେ ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରିତ ପରେ ପ୍ରଶାସନ ତତ୍ପରତା ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ରବିବାର ଖବର ପ୍ରସାରଣ ପରେ ମଙ୍ଗଳବାର ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର ଶତପଥୀ ଓ ଅନ୍ୟାନ୍ୟ ଅଧିକାରୀ ଜବଲପୁରରେ ପହଞ୍ଚି ଅନୀରୁଦ୍ଧଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଇଟିଭି ଭାରତ ସହ ଆଲୋଚନାରେ ବିଡ଼ିଓ ଘଟଣାକୁ ସ୍ବୀକାର କରିବା ସହ ଉକ୍ତ ପରିବାରକୁ କିଭଳି ସରକାରୀ ସହାୟତା ଯୋଗାଯାଇ ପାରିବ ସେନେଇ ଚେଷ୍ଟା କରାଯିବ ବୋଲି କହିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details