ଓଡିଶା

odisha

ETV Bharat / state

ଇଟିଭି ଭାରତରେ ଖବର ପ୍ରସାରଣ ପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ, ଚାଷୀ ମହଲରେ ସ୍ବାଗତ

କଳାବଜାରୀଙ୍କ ବିରୋଧରେ ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାର ଚାଷୀଙ୍କୁ ମିଳିଲା ଆଶ୍ବସ୍ତି । ଏଣିକି ସୁଲଭ ମୁଲ୍ୟରେ ଓ ସୁବିଧାରେ ମିଳିବ ଚାଷୀଙ୍କୁ ୟୁରିଆ ସାର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Aug 30, 2020, 6:03 PM IST

BOUDH DM
BOUDH DM

ବୌଦ୍ଧ: ‘ଇଟିଭି ଭାରତ’ ରେ ଖବର ପ୍ରସାରଣ ପରେ ଶେଷରେ ଚେତିଲା ପ୍ରଶାସନ । କଳାବଜାରୀଙ୍କ ବିରୋଧରେ ନେଲା ଦୃଢ କାର୍ଯ୍ୟାନୁଷ୍ଠାନ । ଜିଲ୍ଲାର ଚାଷୀଙ୍କୁ ମିଳିଲା ଆଶ୍ବସ୍ତି । ଏଣିକି ସୁଲଭ ମୁଲ୍ୟରେ ଓ ସୁବିଧାରେ ମିଳିବ ଚାଷୀଙ୍କୁ ୟୁରିଆ ସାର ।

କଳାବଜାରୀଙ୍କ ବିରୋଧରେ ନେଲା ଦୃଢ କାର୍ଯ୍ୟାନୁଷ୍ଠାନ

ଘଟଣା ଅନୁସାରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସମବାୟ ସମିତି ଓ ଡିଲର ମାନେ ଧଳା ୟୁରିଆ ସାରର ବ୍ୟାପକ କଳାବଜାରୀ ଓ ଚଞ୍ଚକତା କରୁଥିବା ଓ ଏଥିରେ କୃଷି ବିଭାଗ ଓ ସମବାୟ ବିଭାଗର ହାତଥିବା ସମ୍ପର୍କିତ ଖବର ଗତକାଲି ( ଶନିବାର) ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା । ଜିଲ୍ଲାରେ ପ୍ରାୟ ପାଞ୍ଚ ହଜାର ମେଟ୍ରିକ ଟନ ସାରର ଆବଶ୍ୟକତା ଥିବା ବେଳେ ପ୍ରାୟ ପଚାଶ ପ୍ରତିଶତ ୟୁରିଆ ସାର ପହଞ୍ଚି ନଥିବାର ସୁଯୋଗ ନେଇ କେତେକ ସମବାୟ ସମିତି ଓ ସାର ଡିଲର ଏନେଇ ବ୍ୟାପକ କଳାବଜାର କରୁଥିବା ବାରମ୍ବାର ଅଭିଯୋଗ ହେଉଥିଲା । ଖବର ପ୍ରସାରଣ ପରେ ତୁରନ୍ତ ଆକ୍ସନକୁ ଆସିଥିଲା ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ ପ୍ରଭାବ; ଖବର ପ୍ରସାରଣ ପରେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ, ଚାଷୀ ମହଲରେ ସ୍ବାଗତ

ଜିଲ୍ଲାର ଲମ୍ବସରୀ, ବିଳାସପୁର, ମୁଣ୍ଡିପଦର, ମନୁପାଲି, ବାମଣ୍ଡା ସମବାୟ ସମିତିର ସଂପାଦକଙ୍କୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିଲମ୍ବିତ ସହ ଆଢେଣୀଗଡ ସମବାୟ ସମିତିର ସଂପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

କଳାବଜାରୀଙ୍କ ବିରୋଧରେ ନେଲା ଦୃଢ କାର୍ଯ୍ୟାନୁଷ୍ଠାନ

ସେହିପରି ଜିଲ୍ଲାର ଛ’ ଜଣ ସାର ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଏଥିସହିତ ଶନିବାର ପହଞ୍ଚି ଥିବା ୟୁରିଆ ସାରକୁ କିଭଳି ଉପଯୁକ୍ତ ଦରରେ ଚାଷୀ ପାଇବେ ସେନେଇ ପ୍ରଶାସନ କଡା ନଜର ରଖିବା ସହ ଏହାର ତଦାରଖ ପାଇଁ ସ୍କ୍ବାର୍ଡ ଗଠନ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ସୂଚନା ଦେଇଛନ୍ତି । ସେପଟେ ଚାଷୀ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଥିବା ବେଳେ ଅସାଧୁ ଡିଲର ଓ ସମବାୟ ସମ୍ପାଦକଙ୍କ ବିରୋଧରେ ଆକ୍ସନ ଜାରି ରଖିବାକୁ ଦାବି କରିଛନ୍ତି । ତେବେ ଜିଲ୍ଲ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନରୁ ଜିଲ୍ଲାର ଚାଷୀ କେତେ ଲାଭ ପାଉଛନ୍ତି ଓ ଏବେ ତା ଉପରେ ନଜର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details