ଓଡିଶା

odisha

ETV Bharat / state

ନିର୍ବାଚନ ଡ୍ୟୁଟି ସାରି ଘରମୁହାଁ ସୁରକ୍ଷାକର୍ମୀ

ବୌଦ୍ଧ ଜିଲ୍ଲାର କେତେକ ପଞ୍ଚାୟତ ମାଓପ୍ରବଣ ହୋଇଥିବା ଯୋଗୁଁ ଚଳିତ ନିର୍ବାଚନ ପ୍ରଶାସନ ନିମନ୍ତେ କୌଣସି ଚ୍ୟାଲେଞ୍ଜରୁ କମ୍‌ ନଥିଲା । ତେବେ 2ୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୁରୁଖୁରୁରେ ବୌଦ୍ଧ ଜିଲ୍ଲାରେ ସମାପ୍ତ ହୋଇଛି । ଏଥସହ ଡ୍ୟୁଟି ସାରି ନିର୍ବାଚନ ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀ ଓ ସୁରକ୍ଷାକର୍ମୀ ଘରକୁ ଲେଉଟିଛନ୍ତି ।

By

Published : Apr 19, 2019, 6:57 PM IST

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ: କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ 2ୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମାପ୍ତ ହୋଇଛି । ଗୁରୁବାର ରାତିରେ ଇଭିଏମ ଓ ଭିଭିପ୍ୟାଟ ଗୁଡିକୁ ସୁରକ୍ଷିତ ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ୮୫ ଓ ୮୬ ନମ୍ବର ମଣ୍ଡଳୀ ନିମନ୍ତେ ପୃଥକ ଭାବେ ରଖାଯାଇଛି । ଏହି କାମରେ ନିୟୋଜିତ ସମସ୍ତ ୨୭୧୨ ଜଣ ସରକାରୀ କର୍ମଚାରୀ ଓ ସୁରକ୍ଷାକର୍ମୀ ମାନେ ସୁଚାରୁ ରୂପେ ଦାୟିତ୍ବ ସଂପନ୍ନ କରି ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ


ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଜିଲ୍ଲା ଓ ଜିଲ୍ଲା ବାହାରୁ ପୋଲିସ ଓ ସୁରକ୍ଷାକର୍ମୀ ଶୁକ୍ରବାର ସକାଳୁ ନିଜ ନିଜ।ଅଞ୍ଚଳକୁ ଫେରି ଯାଇଛନ୍ତି । ସୁରକ୍ଷିତ, ମୁକ୍ତ ତଥା ଅବାଧ ମତଦାନ ପାଇଁ ସମସ୍ତ ସୁରକ୍ଷାକର୍ମୀଙ୍କ ଯଥେଷ୍ଟ ଭୂମିକା ରହିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details