ଓଡିଶା

odisha

ETV Bharat / state

ବୌଦ୍ଧରେ ପୋଷା ଦନ୍ତା ନିଖୋଜ, ପ୍ରାଣୀ କଲ୍ୟାଣ ମଞ୍ଚ ପକ୍ଷରୁ ହାତୀକୁ ଉଦ୍ଧାର ପାଇଁ ଦାବି - ପ୍ରାଣୀ କଲ୍ୟାଣ ମଞ୍ଚ ପକ୍ଷରୁ ହାତୀକୁ ଉଦ୍ଧାର ପାଇଁ ଦାବି

ବୌଦ୍ଧରେ ପୋଷା ଦନ୍ତା ହାତୀ ନିଖୋଜ । ପ୍ରାଣୀ କଲ୍ୟାଣ ମଞ୍ଚ ପକ୍ଷରୁ ହାତୀକୁ ଉଦ୍ଧାର ପାଇଁ ଦାବି କରାଯାଇଛି । ଅଧିକ ପଢନ୍ତୁ

elephant missing
elephant missing

By ETV Bharat Odisha Team

Published : Nov 12, 2023, 12:29 PM IST

elephant missing

ବୌଦ୍ଧ:ବୌଦ୍ଧ ଜିଲ୍ଲାରେ ପୋଷା ଦନ୍ତା ନିଖୋଜ । ଗତ ୧୨ ଦିନ ତଳେ ଜିଲ୍ଲାକୁ ନିଜ ମାଲିକକୁ ଖୋଜି ଚାଲି ଆସିଥିଲା ଏକ ପୋଷା ଦନ୍ତାହାତୀ । ହେଲେ ଗତ କିଛି ଦିନ ହେଲା ହାତୀର କୌଣସି ପତ୍ତା ମିଳୁନି। ଦନ୍ତା ହାତୀର ସନ୍ଧାନରେ ନାକେଦମ ବନବିଭାଗ । ତେବେ ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ବନ୍ୟପ୍ରାଣୀମାନେ ରହିଥିବା ବେଳେ ଅନେକ ସମୟରେ ଶିକାରୀମାନେ ବେଆଇନ ଭାବେ ଏମାନଙ୍କ ଶିକାର କରୁଛନ୍ତି । ଆଉ ବନ ବିଭାଗ ଏଭଳି ଶିକାରୀଙ୍କୁ ଧରି ଦଣ୍ଡ ଦେବାକୁ ଚେଷ୍ଟା କରୁଛି । ଜନସଚେତନତା ଅଭାବରୁ ତଥା ଅନ୍ଧବିଶ୍ୱାସ ଯୋଗୁଁ ବନ୍ୟପ୍ରାଣୀଙ୍କ ଛାଲ, ନଖ, ମାଂସ, ହାଡ଼, ଦାନ୍ତ ପାଇଁ ବନ୍ୟଜନ୍ତୁଙ୍କ ଶିକାର କରାଯାଉଛି । ଗତ ବର୍ଷ ବଘିଆପଡା ଜଙ୍ଗଲ ଅଞ୍ଚଳରେ ଲଗାତାର ଦୁଇ ଦୁଇଟି ହାତୀର ଶିକାର କେବଳ ହାତୀଦାନ୍ତ ସଂଗ୍ରହ ପାଇଁ କରାଯାଇଥିଲା । ତେଣୁ ବର୍ତ୍ତମାନ ଏଭଳି ଏକ ଦନ୍ତାହାତୀ ଜିଲ୍ଲାର କେଉଁଠି ରହିଛି ତା'ର କୌଣସି ପତ୍ତା ମିଳୁନ ଥିବାରୁ ଚିନ୍ତାରେ ବନ ବିଭାଗ ।

ସୂଚନା ମୁତାବକ, ସୋନପୁର ଜିଲ୍ଲାରେ ଏକ ହାତୀ ମାଲିକ ଠାରୁ କିଛି ଗଞ୍ଜେଇ ଜବତ ପରେ ତାକୁ ଜେଲ ପଠାଯାଇଥିଲା । ଏହା ପରେ ପୋଷା ଦନ୍ତାହାତୀଟି ଏକାକୀ ହୋଇ ଯାଇଥିଲା । ପରେ ସୋନପୁର ବନ ବିଭାଗ ହାତୀକୁ ମହାନଦୀ ପାର କରାଇ ବୌଦ୍ଧ ଜିଲ୍ଲାକୁ ପଠାଇବାରେ ସକ୍ଷମ ହୋଇଥିଲା । ଗତ ୧ ତାରିଖ ଦିନ ଉକ୍ତ ପୋଷା ଦନ୍ତାହାତୀଟି ଜିଲ୍ଲାର ସଦର ମହକୁମା ବଲାସିଙ୍ଘା ଗ୍ରାମ ସହିତ ଜାତୀୟ ରାଜପଥରେ ନିଜ ମାଲିକକୁ ଖୋଜି ଖୋଜି ବୁଲୁଥିଲା । ପରେ ପରେ ଦନ୍ତାହାତୀଟି ବଘିଆପଡା ନିକଟସ୍ଥ କିଛି ଗ୍ରାମ ଓ ଜଙ୍ଗଲ ଅଞ୍ଚଳରେ ବୁଲୁଥିବା ପରିଲକ୍ଷିତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ ଦନ୍ତାହାତୀର କୌଣସି ପତ୍ତା ମିଳୁନାହିଁ । ହାତୀଟି ପୋଷା ହୋଇଥିବାରୁ କେତେବେଳେ ଗାଁ ମୁହାଁ ହେଉଛନ୍ତି ତ ପୁଣି କେତେବେଳେ ଜଙ୍ଗଲ ଆଡ଼କୁ ଚାଲି ଯାଉଥିଲା । ହେଲେ ଗତ କିଛି ଦିନ ହେଲା ଆଉ ହାତୀ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ । ଏନେଇ ବନ ବିଭାଗର କର୍ମଚାରୀମାନେ ହାତୀଟିକୁ ଖୋଜି ଖୋଜି ନୟାନ୍ତ ହୋଇଥିବା ବେଳେ ବର୍ତ୍ତମାନ ଦୋଷ ଖସାଖସି ପର୍ବ ଆରମ୍ଭ ହୋଇ ଗଲାଣି । ଏପରିକି ବିଭାଗର ବରିଷ୍ଠ ଅଧିକାରୀଙ୍କ ସୂଚନାରେ ମଧ୍ୟ କୌଣସି ତାଳମେଳ ରହୁନଥିବା ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଶିକାରୀ ଫାସରେ ଫସି ଦନ୍ତା ମୃତ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛେଳି ଚରାଳୀଙ୍କ ଜୀବନ

ସେପଟେ ବୌଦ୍ଧ ବନ ବିଭାଗର ସହକାରୀ ବନ ସଂରକ୍ଷକ ହାତୀଟି ମନମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ସୁବର୍ଣ୍ଣଗିରି ଜଙ୍ଗଲର ୧୩ ନମ୍ବର କମ୍ପାଣ୍ଟମେଣ୍ଟରେ ଥିବା ଫୋନ ଯୋଗେ ସୂଚନା ଦେଇଥିବା ବେଳେ ମନମୁଣ୍ଡା ରେଞ୍ଜର ଏହାକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିବା ସହିତ ତାଙ୍କ ଟିମ୍ ଗତ ୪ ଦିନ ହେଲା ହାତୀର ସନ୍ଧାନରେ ଲାଗିଥିଲେ ମଧ୍ୟ ସେଭଳି କୌଣସି ସୂଚନା ନାହିଁ ବୋଲି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଉକ୍ତ ପୋଷା ଦନ୍ତାହାତୀ ଟି କେଉଁ ଆଡେ ଗଲା ସେନେଇ ପ୍ରଶ୍ନବାଚୀ ଉଠିଛି । ଜିଲ୍ଲାର ପ୍ରାଣୀ କଲ୍ୟାଣ ମଞ୍ଚର ସଦସ୍ୟମାନେ ମଧ୍ୟ ବିଭିନ୍ନ ଜଙ୍ଗଲରେ ଦନ୍ତାହାତୀର ସନ୍ଧାନରେ ଲାଗିଥିଲେ ମଧ୍ୟ ହାତୀଟି ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details