ବୌଦ୍ଧ: ପୁଣି ସଡକ ଦୁର୍ଘଟଣା ନେଲା ଆଉ ଜଣେ ଯୁବକଙ୍କ ଜୀବନ । ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।
ଜିଲ୍ଲାରେ ଥମିବାର ନା ନେଉନି ସଡକ ଦୁର୍ଘଟଣା । ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଛି । ରବିବାର ମଧ୍ୟରାତିରେ ବୌଦ୍ଧ ବିଦ୍ୟୁତ ଡିଭିଜନରେ କାର୍ଯ୍ୟରତ ଜଣେ ଯୁବକ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଇ ଏକ ବୋଲେରୋ ଗାଡିରେ ବାଡେଇ ହେବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଗତ ସପ୍ତାହକ ମଧ୍ୟରେ ପାଞ୍ଚ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସରେ କୋଡିଏ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।