ଓଡିଶା

odisha

ETV Bharat / state

ବୌଦ୍ଧ ବଜାରରେ ମିଳୁଛି ନକଲି ଅଣ୍ଡା !

ବୌଦ୍ଧ ବଜାରରେ ମିଳୁଥିବା ନକଲି ଅଣ୍ଡାକୁ ନେଇ ସ୍ଥାନୀୟ ଅଧିବକ୍ତା ଶ୍ରୀନିବାସ ସାହୁ ଅଭିଯୋଗ କରିଛନ୍ତି। ନକଲି ଅଣ୍ଡାର ସତ୍ୟତାକୁ ନେଇ ଦ୍ବନ୍ଦରେ ଖାଉଟି ।

By

Published : Jun 7, 2019, 10:47 AM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ସହରରେ ନକଲି ଅଣ୍ଡା ମିଳୁଥିବା ଅଭିଯୋଗ ହୋଇଛି । କେବଳ ବୌଦ୍ଧ ସହରରେ ଦୈନିକ କୋଡିଏ ହଜାରରୁ ଉର୍ଦ୍ଧ୍ବ ଅଣ୍ଡାର ବ୍ୟବସାୟ ଥିବା ବେଳେ ବର୍ତ୍ତମାନ ନକଲି ଅଣ୍ଡାର ସତ୍ୟତାକୁ ନେଇ ଖାଉଟି ଦ୍ବନ୍ଦରେ ଅଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧର ହୋଲସେଲ, ଖୁଚୁରା ଦୋକାନୀ ସହିତ ବିଭିନ୍ନ ହୋଟେଲ ଓ ଫାଷ୍ଟଫୁଡ ଦୋକାନରେ ବିଶେଷ ଭାବରେ ଅଣ୍ଡା ମିଳୁଥିବା ବେଳେ ଲେୟାର ଅଣ୍ଡା(ଧଳା ରଙ୍ଗ) ଓ ବନରାଜ ଅଣ୍ଡା (ଖଇରିଆ ରଙ୍ଗ) ସହିତ ଅତି ନଗନ୍ୟ ଭାବେ ଦେଶୀ ଅଣ୍ଡା ମିଳିଥାଏ ।

ଏବେ ବୌଦ୍ଧ ବଜାରରେ ନକଲି ଅଣ୍ଡା ମିଳୁଥିବା ନେଇ ସ୍ଥାନୀୟ ଅଧିବକ୍ତା ଶ୍ରୀନିବାସ ସାହୁ ଅଭିଯୋଗ କରିଛନ୍ତି। ଏପଟେ ଏଭଳି କୌଣସି ପ୍ରକାରର ଅଣ୍ଡା ବୌଦ୍ଧ ବଜାରରେ ନଥିବା ଜଣେ ବ୍ୟବସାୟୀ ମୌଖିକ ଭାବେ ଜଣାଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details