ଓଡିଶା

odisha

ETV Bharat / state

ସାମ୍ପୋଚ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା - ସାମ୍ପୋଚ ପଞ୍ଚାୟତ ପାନୀୟ ଜଳ ସମସ୍ୟା

ଓଭରହେଡ ଟାଙ୍କି ନିର୍ମାଣ ସହ ପାଇପ ବିଛା ଯାଇଛି । ହେଲେ ଦିନଟିଏ ମଧ୍ୟ ଜଳ ଯୋଗାଣ ହୋଇପାରୁ ନାହିଁ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଦେଖିବାକୁ ମିଳିଛି । ସମାଧାନ ପାଇଁ ଅଞ୍ଚଳବାସୀଙ୍କ ଦାବି । ଅଧିକ ପଢନ୍ତୁ...

ସାମ୍ପୋଚ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା
ସାମ୍ପୋଚ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା

By

Published : Jul 6, 2021, 12:07 PM IST

ବୌଦ୍ଧ: ଜିଲ୍ଲା ହରଭଙ୍ଗା ବ୍ଲକର ସାମ୍ପୋଚ ପଞ୍ଚାୟତ ସଦର ମହକୁମାରେ ନାହିଁ ପାନୀୟଜଳ ସୁବିଧା । ଫଳରେ କିଏ ଦୂର ଦୂରାନ୍ତରୁ ପାଣି ଆଣୁଛି ତ ଆଉକିଏ ଚୁଆ କିମ୍ବା ନାଳରୁ ପାଣିଆଣୁଛି । ଫଳରେ କିଡନୀ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ହେଉଥିବା ଅଭିଯୋଗ କରିଛନ୍ତି ।

ସାମ୍ପୋଚ ପଞ୍ଚାୟତରେ ପାନୀୟଜଳର ଉତ୍କଟ ସମସ୍ୟା
ଓଭରହେଡ ଟାଙ୍କି ନିର୍ମାଣ ସହ ପାଇପ ବିଛା ଯାଇଛି । ହେଲେ ଦିନଟିଏ ମଧ୍ୟ ଜଳ ଯୋଗାଣ ହୋଇପାରୁ ନାହିଁ । ଦୃଶ୍ୟ କୌଣସି ଉପାନ୍ତ ଅଞ୍ଚଳର ନୁହେଁ । ଏହା ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର । ଗୋଟିଏ ପଟେ ମହାନଦୀ ଓ ଅନ୍ୟ ପଟେ 57 ନମ୍ବର ଜାତୀୟ ରାଜପଥ କଡରେ ଥିବା ସାମ୍ପୋଚ ପଞ୍ଚାୟତର ଦୃଶ୍ୟ । ମହାନଦୀ କୂଳରେ ଥାଇ ମଧ୍ୟ ସାମ୍ପୋଚ ପଞ୍ଚାୟତର ଅନେକ ଗାଁ ପାନୀୟଜଳ କଷ୍ଟ ଭୋଗୁଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ସଦର ମହକୁମାକୁ ସବୁଦିନିଆ ଭଲ ରାସ୍ତା ଖଣ୍ଡେ ନଥିବାବେଳେ ପାନୀୟଜଳକୁ ନେଇ ବର୍ଷ ତମାମ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସାମ୍ପୋଚ ଗ୍ରାମ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ପ୍ରସିଦ୍ଧ ଲାଭ କରି ଥିବାବେଳେ ପାନୀୟଜଳ ସମସ୍ୟା ସମସ୍ତଙ୍କୁ ଦୁଃଖିତ କରିଛି । ଏହି ଗ୍ରାମ ନିକଟରେ ଥିବା ବରଝୁଲି ଗ୍ରାମରେ ମଧ୍ୟ ସମାନ ଅବସ୍ଥା । ଗ୍ରାମର ନଳକୂପ ଗୁଡିକରୁ ଫ୍ଲୋରାଇଡଯୁକ୍ତ ପାଣି ବ୍ୟବହାର କରି ଅନେକ ଲୋକଙ୍କ ହାଡ ବଙ୍କା ସହ କିଡନୀ ଓ ଅନ୍ୟ ରୋଗ ହେଉଥିବା ଅଭିଯୋଗ କରିଛନ୍ତି । ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେବାକୁ ଲାଗି ଥିବାବେଳେ ତୁରନ୍ତ ଏହାର ପ୍ରତିକାର ପାଇଁ ପଞ୍ଚାୟତବାସୀ ଏବଂ ଯୁବ ସ୍ବେଚ୍ଛାସେବୀ ଅରୂପା ଦୀପ ଦାବି କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details