ଓଡିଶା

odisha

ETV Bharat / state

ବୌଦ୍ଧ ପୌରାଞ୍ଚଳଙ୍କୁ ନର୍ଦ୍ଦମା ପାଣିରୁ ମୁକ୍ତି ଦେବାକୁ ପ୍ରଶାସନର ଅଭିଯାନ ଆରମ୍ଭ

ବର୍ଷା ଦିନ ଆସିଲେ ନର୍ଦ୍ଦମା ପାଣିରେ ଉବୁଟୁବୁ ବୌଦ୍ଧ ଜିଲ୍ଲା ପୌରାଞ୍ଚଳବାସୀ । ନାଳ ଅବରୋଧକୁ ହଟାଇବାକୁ ଅଣ୍ଟା ଭିଡିଛି ପ୍ରଶାସନ ।

By

Published : Jul 6, 2019, 11:15 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ବର୍ଷା ଦିନ ଆସିଲେ ବୌଦ୍ଧ ପୌରାଞ୍ଚଳର ଅବସ୍ଥା ଯିଏ ନ ଦେଖିଛି, ସେ ବିଶ୍ବାସ କରିପାରିବ ନାହିଁ ଯେ ନର୍ଦ୍ଦମା କେଉଁଟା ଓ ରାସ୍ତା କେଉଁଟା । ଜିଲ୍ଲାର ପୌରପରିଷଦ ଅନ୍ତର୍ଗତ ଅଧିକାଂଶ ବସ୍ତିରେ ଥିବା ନାଳକୁ ଅବରୋଧ କିମ୍ବା ଜବରଦଖଲ କରି ନାଳ ଉପରେ ବେଆଇନ ଗୃହ ନିର୍ମାଣ ଏକ ସାଧାରଣ କଥା ହୋଇଯାଇଥିଲା । ଏବେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ନଦେଇ ସବୁ ନାଳରୁ ଅବରୋଧ ହଟାଇବା ଲକ୍ଷ୍ୟରେ ଅଣ୍ଟା ଭିଡିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଅଧିକାଂଶ ସ୍ଥାନରେ ଲୋକେ ଜାଣିଶୁଣି ନାଳକୁ ପୋତି ପକାଉଛନ୍ତି, ନଚେତ ନାଳ ଉପରେ ବେଆଇନ ଭାବେ ଘର ନିର୍ମାଣ କରିଦେଉଛନ୍ତି । ଫଳରେ ବସ୍ତିର ନର୍ଦ୍ଦମା ପାଣିରେ ହିଁ ଉବୁଟୁବୁ ହେବାକୁ ପଡୁଛି । ଆଉ ଏଭଳି ବେଆଇନ କାମକୁ ବରଦାସ୍ତ ନକରି ସିଧାସଳଖ ଜବରଦଖଲକାରୀଙ୍କ କବଳରୁ ନାଳନର୍ଦ୍ଦମାକୁ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ନାଳ ଅବରୋଧ ହଟାଇବା ଅଭିଯାନ ଆରମ୍ଭ ହୋଇଯାଇଛି ।

ଏନେଇ ଶନିବାର ପ୍ରଥମ ପର୍ଯ୍ୟାୟରେ ବୁଟୁପାଲି ଠାରେ ଚଢାଉ କରାଯାଇ ନାଳକୁ ଜବରଦଖଲ ମୁକ୍ତ କରାଯାଇଛି । ଏଥିରେ ପୌରପରିଷଦ ସହିତ, ରାଜସ୍ବ, ପୋଲିସ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details