ଓଡିଶା

odisha

ETV Bharat / state

ଆସୁଛି ମୌସୁମୀ, ସହର ସଫେଇରେ ବ୍ୟସ୍ତ ବୌଦ୍ଧ ପ୍ରଶାସନ

ବୌଦ୍ଧ ସହରରେ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବର୍ଜ୍ୟବସ୍ତୁ ସମସ୍ୟାକୁ ଦୂର କରିବାକୁ ଅଣ୍ଟା ଭିଡିଛି ପୌରପରିଷଦ । ମୌସୁମୀ ଆସିବା ଆଗରୁ ତତ୍ପର ହୋଇପଡିଛି ପ୍ରଶାସନ ।

By

Published : Jun 12, 2019, 5:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାରେ ମୌସୁମୀ ଆସିବା ଆଗରୁ ତତ୍ପର ହୋଇପଡିଛି ପ୍ରଶାସନ । ବୌଦ୍ଧ ପରିଷଦ ପକ୍ଷରୁ ସହରର ଆବର୍ଜନା ଓ ବର୍ଜ୍ୟବସ୍ତୁ ସାମଗ୍ରୀକୁ ନେଇ ଚାଲିଛି ସଠିକ ପରିଚାଳନା । ସେପଟେ ସହରର ନାଳ ନର୍ଦ୍ଦମା ଆବର୍ଜନାରେ ପୋତି ହେଉଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସହରର ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ବର୍ଜ୍ୟବସ୍ତୁ ସମସ୍ୟାକୁ ଦୂର କରିବାକୁ ଅଣ୍ଟା ଭିଡିଛି ପୌରପରିଷଦ । ସଫେଇ କର୍ମଚାରୀଙ୍କୁ ନେଇ ଚାରି ପ୍ରକାରର ବର୍ଜ୍ୟସାମଗ୍ରୀର ସୁପରିଚାଳନା କିଭଳି କରାଯିବ ସେନେଇ ସ୍ବତନ୍ତ୍ର ତାଲିମ ଦିଆଯାଇଛି । କିନ୍ତୁ ଏବେବି କେତେକ ବସ୍ତିର ନାଳ ଉପରେ ଆବର୍ଜନା ସଫା ହୋଇନପାରି ପରିବେଶକୁ ଦୂଷିତ କରୁଛି ।

ସେପଟେ, ଜିଲ୍ଲାରେ ଏକ ମାତ୍ର ଏନଏସିରେ ନାଳ ଜବରଦଖଲ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details