ଓଡିଶା

odisha

ETV Bharat / state

ବୌଦ୍ଧବାସୀଙ୍କୁ ଘାଇଲା କଲା ପାଗଳ ବୁଲା କୁକୁର

ପାଗଳ ବୁଲା କୁକୁର 2ଦିନରେ 20ଜଣଙ୍କୁ କାମୁଡିଥିବା ଅଭିଯୋଗ ଆଣିଛନ୍ତି ବୌଦ୍ଧ ସଦର ମହକୁମାବାସୀ । ଏନେଇ ସହରବାସୀମାନେ ଆତଙ୍କିତ ହୁଅନ୍ତୁ ନାହିଁ ଓ ସତର୍କତା ଅବଲମ୍ବନ କରନ୍ତୁ ବୋଲି ପୌର ନିର୍ବାହୀ ଅଧିକାରୀ କହିଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି,ବୌଦ୍ଧ

By

Published : Apr 16, 2019, 10:14 PM IST

ବୌଦ୍ଧ: ସଦର ମହକୁମାରେ ଗତ 2ଦିନ ହେଲା ପାଗଳ ବୁଲା କୁକୁରର ଆତଙ୍କ ଖେଳିଛି । ଏକ କଳାରଙ୍ଗର କୁକୁରଟି ଏବେସୁଦ୍ଧା ପ୍ରାୟ 20ଜଣଙ୍କୁ କାମୁଡିଥିବା ଅଭିଯୋଗ ଆସିଛି । ମାତ୍ର ଏନେଇ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ନିକଟରେ କୌଣସି ଖବର ନଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ବୌଦ୍ଧ


2ଦିନ ଭିତରେ କୁକୁର କାମୁଡାର ଶିକାର ହୋଇଥିବା ଅନେକ ଆହତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଆସିଥିବା ଖବର ମିଳିଛି । ତେବେ ଆହତମାନଙ୍କୁ ଚିକିତ୍ସାଳୟରେ ମାଗଣା ଇଞ୍ଜେକସନ୍‌ ଓ ଔଷଧ ଯୋଗାଇ ଦିଆଯାଉଛି ।

ଏନେଇ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, କୁକୁର ଧରିବା ଗାଡି ବା କୁକୁର ଧରିବା ପାଇଁ ତାଲିମ କର୍ମଚାରୀ ବୌଦ୍ଧ ସହରରେ ନାହାଁନ୍ତି । କିନ୍ତୁ ସଫେଇ କର୍ମଚାରୀଙ୍କ ସହାୟତାରେ ସେଇ କାମୁଡା କୁକୁରକୁ ସେହି ଅଞ୍ଚଳରୁ ଦୂରକୁ ଘଉଡାଇ ଦିଆଯିବ । ତେଣୁ ସହରବାସୀମାନେ ଆତଙ୍କିତ ହୁଅନ୍ତୁ ନାହିଁ ଓ ସତର୍କତା ଅବଲମ୍ବନ କରନ୍ତୁ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details