ଓଡିଶା

odisha

ETV Bharat / state

ଡାକ୍ତରଙ୍କ ପ୍ରତି ଆକ୍ରମଣକୁ ନେଇ ବୌଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଶାନ୍ତିପୂର୍ଣ୍ଣ ଧାରଣା । କଳାବ୍ୟାଚ ପରିଧାନ କରି ଡାକ୍ତରମାନେ ଚିକିତ୍ସାଳୟର ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଡାକ୍ତରଙ୍କ ପ୍ରତି ଆକ୍ରମଣକୁ ନିନ୍ଦାକରି ଦେଶବ୍ୟାପୀ ଏହି ଅସନ୍ତୋଷ ଦେଖାଦେଇଛି।

By

Published : Jun 17, 2019, 2:44 PM IST

Updated : Jun 17, 2019, 2:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସାରା ଦେଶରେ ଜଳୁଛି ନିଆଁ । ଏହି ଅସନ୍ତୋଷର ବହ୍ନି ଆଜିକୁ 5 ଦିନରେ ପହଞ୍ଚିଛି । ତେବେ ଡାକ୍ତରଙ୍କ ଆକ୍ରମଣକୁ ବିରୋଧ କରି ଆଜି ସର୍ବଭାରତୀୟ ସ୍ତରରେ ଡାକ୍ତର ସଂଘ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମାନେ ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପରିଧାନ କରି ଏହି ବିରୋଧ ପ୍ରଦର୍ଶନ କରିଛନ୍ତି । ତେବେ କଳାବ୍ୟାଚ ପରିଧାନ କରି ଡାକ୍ତରମାନେ ଶାନ୍ତିପୂର୍ଣ୍ଣ ଭାବେ ଚିକିତ୍ସାଳୟର ମୁଖ୍ୟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ଆଉଟଡୋରରେ ରୋଗୀସେବା କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Jun 17, 2019, 2:55 PM IST

For All Latest Updates

ABOUT THE AUTHOR

...view details