ବୌଦ୍ଧ:ଚାଲିଛି ଧର୍ମ ମାସ କାର୍ତ୍ତିକ । ଏ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ । ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି । କାର୍ତ୍ତିକ ପଞ୍ଚକ ସମୟରେ ବୌଦ୍ଧ ଜିଲ୍ଲାର ଦୁଇ ପତ୍ନତ୍ତାତ୍ବିକ ମନ୍ଦିର ଅନ୍ଧକାରରେ ବୁଡି ରହିଛି । ପବିତ୍ର ମାସ କାର୍ତ୍ତିକ ମାସ ସରିବା ପାଇଁ ଆଉ ଦିଏଟିଏ ବାକି ଥିବାବେଳେ ଉଭୟ ଧବଳେଶ୍ବର ପୂଜା ଓ ଶେଷ ସୋମବାର ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ସମୟରେ ଦୁଇ ଶୈବ ପୀଠର ଏଭଳି ଅବସ୍ଥା କୁନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ପବିତ୍ର ମାସ କାର୍ତ୍ତିକ ପଞ୍ଚକ ଉପଲକ୍ଷେ ଚଳଚଞ୍ଚଳ ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କ ପୀଠ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାମାୟଣ ପାରାୟଣ ଠାରୁ ନେଇ ଗୀତା ଜ୍ଞାନ ଯଜ୍ଞ ଓ ଠାରୁ ନେଇ ଶନିଶ୍ଚରଙ୍କ ଦଣ୍ଡ ଖେଳ ପର୍ଯ୍ୟନ୍ତ ପାଳନ କରାଯାଇଛି । ତେବେ ବୌଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ଥିବା ଦୁଇ ବିଶ୍ୱ ପ୍ରସିଦ୍ଧ ଶୈବପୀଠ ଅନ୍ଧକାରରେ ବୁଡି ରହିଛି । ବୌଦ୍ଧ ସହରର ରାମେଶ୍ୱର ମନ୍ଦିର ତ୍ରୟ ଓ ଗନ୍ଧରାଡିର ଚାରିଶମ୍ଭୁ ମନ୍ଦିର ନିଜର ଐତିହ୍ୟ ପୂର୍ଣ୍ଣ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବାବେଳେ ଉଭୟ ମନ୍ଦିର କେନ୍ଦ୍ର ପତ୍ନତ୍ତତ୍ବ ବିଭାଗ ଅଧିନରେ ସଂରକ୍ଷିତ ହୋଇ ରହିଛି ।