ବୌଦ୍ଧ: ମୀନାବଜାର ରୁ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଧିରେ ଧିରେ ଉଗ୍ର ହେବାରେ ଲାଗିଛି । ବୌଦ୍ଧ ସହରର ମୁସଲମାନ ପଡା ଓ ବାପୁଜୀ ନଗର ଦୁଇ ବସ୍ତି ମଧ୍ୟରେ ମଙ୍ଗଳବାର ଦିନ ତମାମ ଉତ୍ତେଜନା ଲାଗିରହିଥିଲା । ସକାଳୁ ବୌଦ୍ଧ ପୋଲିସ ଉତ୍ତେଜନା ପ୍ରବଣ ସ୍ଥାନରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି ।
ଜିଲ୍ଲାପାଳଙ୍କ ପାଖରେ ପହଁଞ୍ଚିଲା ବସ୍ତି କଳି - ପହଁଞ୍ଚିଲା
ଛୋଟ ଗଣ୍ଡଗୋଳ ଧରିବାକୁ ବସିଲାଣି ଉଗ୍ର ରୂପ । ଦୁଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ କୁହୁଳିବାରେ ଲାଗିଛି ବିବାଦ । ଫଳରେ ଘଟଣା ପହଞ୍ଚିଛି ଜିଲ୍ଲାପାଳଙ୍କ ନିକଟରେ ।
ଫଟୋ ସୌଜନ୍ଯ: ପ୍ରତିନିଧି, ବୌଦ୍ଧ
କିନ୍ତୁ ବାପୁଜୀ ନଗରର ବସ୍ତିବାସିନ୍ଦା ପୋଲିସ ର କାର୍ଯ୍ୟାନୁଷ୍ଠାନ ଠିକ ହେଉନଥିବା ନେଇ ରାତି ପ୍ରାୟ ୧୦ ଟା ରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କୁ ଏସମ୍ପର୍କରେ ହସ୍ତକ୍ଷେପ କରିବାକୁ ବାପୁଜୀନଗରର ଶତାଧିକ ମହିଳା ଓ ପୁରୁଷ ଅନୁରୋଧ କରିଥିଲେ। ଜିଲ୍ଲାପାଳ ବୁଧବାର ଏହାର ସମାଧାନ କରିବେ ବୋଲି କହିଛନ୍ତି ।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ