ଓଡିଶା

odisha

ETV Bharat / state

ବୌଦ୍ଧରେ ବଢୁଛି ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା, ଜଣେ ମୃତ

ଜଣ୍ଡିସରେ ଆକ୍ରାନ୍ତ ହୋଇ ବୌଦ୍ଧର ଜଣେ ଯୁବକ ମୃତ । ଡାକ୍ତରଖାନାରେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବାରୁ ମୃତ୍ୟୁ ହୋଇଥିବା ମୃତକର ବଡ ଭାଇ ଶାନ୍ତନୁ ବେହେରା ଅଭିଯୋଗ କରିଛନ୍ତି ।

By

Published : May 26, 2019, 1:45 PM IST

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ବୌଦ୍ଧ: ଜିଲ୍ଲାରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଥିବା ବେଳେ ଶନିବାର ଆଉ ଜଣେ ଯୁବକଙ୍କ ଜଣ୍ଡିସରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସହରରେ ଦୂଷିତ ପାନୀୟ ଜଳ ଯୋଗୁଁ କାମଳ ରୋଗ ବ୍ୟାପିବାରେ ଲାଗିଛି ।

ମୃତକ ଜଣକ ବୌଦ୍ଧ ନୂଆସାହିର ମିଥୁନ ବେହେରା ବୋଲି ଜଣା ପଡିଥିବା ବେଳେ ଚିକିତ୍ସା ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଆଉ ଅଭିଯୋଗ କରିଛନ୍ତି ମୃତକଙ୍କ ବଡ ଭାଇ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗରିବ ପରିବାରର ମିଥୁନ ଗତ ସପ୍ତାହରେ ଜଣ୍ଡିସରେ ଆକ୍ରାନ୍ତ ହେବା ଜାଣିବା ପରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ଉପଯୁକ୍ତ ଚିକିତ୍ସା ନକରିବାରୁ ସେ ଭୁବନେଶ୍ୱରର ସମ୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ଶନିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଗତ କିଛିଦିନ ପୂର୍ବରୁ ଜଣ୍ଡିସ ରୋଗ ଓ ରୋଗୀଙ୍କ ମୃତ୍ୟୁକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ରକ୍ତ ନମୁନା ପରୀକ୍ଷା ଠାରୁ ଆରମ୍ଭ କରି ଅନ୍ୟ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଥିଲା, କିନ୍ତୁ ଏବେ ପୁଣି ଥରେ ଜଣେ ଯୁବକଙ୍କ ଜଣ୍ଡିସରେ ମୃତ୍ୟୁ ହୋଇଥିବା ଘଟଣା ଚିନ୍ତାର କାରଣ ସାଜିଛି ।


ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ABOUT THE AUTHOR

...view details