ଓଡିଶା

odisha

ETV Bharat / state

କଟକଣା ସତ୍ତ୍ବେ ସୁରୁଖୁରୁରେ ସମ୍ପନ୍ନ ହେଲା ଦେବସ୍ନାନ ନୀତି - ବୌଦ୍ଧରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଗଜାନନ ବେଶ

କୋରୋନା କଟକଣା ଭିତରେ ଅନୁଷ୍ଠିତ ହେଲା ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ନୀତି । ସ୍ନାନ ମଣ୍ଡପ ଉପରେ ହିଁ ଚତୁର୍ଦ୍ଧା ମୂର୍ତ୍ତୀ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସାଧାରଣ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ଉପରେ କଟକଣା ଥିବାରୁ ଶ୍ରଦ୍ଧାଳୁ ମନ୍ଦିର ବାହାରୁ ଦର୍ଶନ କରି ଫେରି ଯାଇଥିଲେ ।

debasnana purnima, debasnana purnima in boudh, holy trnity's elephant attire in boudh, boudh latest news, ଦେବସ୍ନାନ ପୂର୍ଣ୍ଣିମା, ବୌଦ୍ଧରେ ଦେବସ୍ନାନା ପୂର୍ଣ୍ଣିମା, ବୌଦ୍ଧରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଗଜାନନ ବେଶ, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
କଟକଣା ସତ୍ତ୍ବେ ସୁରୁଖୁରୁରେ ସମ୍ପନ୍ନ ହେଲା ଦେବସ୍ନାନ ନୀତି

By

Published : Jun 5, 2020, 4:52 PM IST

ବୌଦ୍ଧ: କୋରୋନା କଟକଣା ଭିତରେ ଅନୁଷ୍ଠିତ ହେଲା ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ନୀତି । ଶୁକ୍ରବାର ମହାନଦୀର ପବିତ୍ର ଜଳରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ ପରେ ସ୍ନାନ ମଣ୍ଡପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସମ୍ପୂର୍ଣ୍ଣ କଟକଣା ଓ ସୁରକ୍ଷା ପଦକ୍ଷେପ ମଧ୍ୟରେ ଜିଲ୍ଲାରେ ଅନୁଷ୍ଠିତ ହୋଇଛି ଦେବସ୍ନାନ ପୂର୍ଣ୍ଣିମା । ସରକାରଙ୍କ ଧାର୍ଯ୍ୟ ନିୟମକୁ ପାଳନ ପୂର୍ବକ କେବଳ ସେବାୟତମାନେ ମହାନଦୀରୁ ପବିତ୍ର ଜଳ ଆଣି ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନ କରାଇଥିଲେ ।

କଟକଣା ସତ୍ତ୍ବେ ସୁରୁଖୁରୁରେ ସମ୍ପନ୍ନ ହେଲା ଦେବସ୍ନାନ ନୀତି

ସ୍ନାନ ମଣ୍ଡପ ଉପରେ ହିଁ ଚତୁର୍ଦ୍ଧା ମୂର୍ତ୍ତୀ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ସାଧାରଣ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ଉପରେ କଟକଣା ଥିବାରୁ ଶ୍ରଦ୍ଧାଳୁ ମନ୍ଦିର ବାହାରୁ ଦର୍ଶନ କରି ଫେରି ଯାଇଥିଲେ । ତେବେ ଠାକୁରଙ୍କ ନୀତିକାନ୍ତି ଚାଲିଥିବା ସମୟରେ ହଠାତ ମହୁମାଛି ଆକ୍ରମଣରେ ମନ୍ଦିର ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details