ବୌଦ୍ଧ: ମହାନଦୀ ଗର୍ଭରେ ଥିବା ଦ୍ବୀପଗ୍ରାମରେ ଜଳ ସଙ୍କଟ । ବାରମ୍ବାର ଅଭିଯୋଗ ପରେ ଦୀର୍ଘ ଦିନ ହେଲା ତିଆରି ହୋଇଛି ଜଳଯୋଗାଣ ଟାଙ୍କି । ହେଲେ ଏହି ଟାଙ୍କି ବି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନଥିବା ଅଭିଯୋଗ ହୋଇଛି ।
ମହାନଦୀର ଗର୍ଭ ମଧ୍ୟରେ ଥିବା ମର୍ଜାକୁଦ ଦ୍ବୀପରେ ରହିଛି ବୌଦ୍ଧ ପୌର ପରିଷଦର 13 ଓ 14 ନଂ ଓ୍ବାର୍ଡ ରହିଛି । ଏଠାକୁ ଗମନାଗମନର ଏକମାତ୍ର ମାଧ୍ୟମ ଡଙ୍ଗା । ଏହି ଦ୍ବୀପଗ୍ରାମର ଚତୁର୍ପାଶ୍ବକୁ ମହାନଦୀର ଜଳରାଶି ଘେରି ରହିଥିଲେ ବି ଆଜି ଯାଏଁ ଏଠାକାର ଅଧିବାସୀଙ୍କୁ ସ୍ବଛ ପାଣି ମୁନ୍ଦାଏ ମିଳିପାରି ନାହିଁ । ଦ୍ବୀପଗ୍ରାମରେ ଥିବା ନଳକୂପ ମଧ୍ୟ ଠିକରେ କାର୍ଯ୍ୟ କରୁନଥିବାରୁ ବାଧ୍ୟ ହୋଇ ଲୋକେ ନଦୀରୁ ପାଣି ବୋହି ଆଣି ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ଦ୍ବୀପାଞ୍ଚଳବାସୀ ଦୀର୍ଘ ବର୍ଷରୁ ଏଠାରେ ଏକ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ।