ଓଡିଶା

odisha

ETV Bharat / state

ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ସବ ପାଳନରେ ପ୍ରତିବନ୍ଧକ ଲଗାଇବାକୁ ବୌଦ୍ଧରେ ଦାବି

କୋରୋନା ମହାମାରୀ ସମ଼ୟରେ ଉତ୍ସବ ମନାଉଛନ୍ତି ଲୋକେ । ଲକଡାଉନ ସମୟରେ ଚାଲିଛି ବେଧଡକ ବାଲ୍ୟ ବିବାହ । ଅଧିକ ପଢନ୍ତୁ...

ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ସବ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି
ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ସବ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

By

Published : May 14, 2021, 9:53 PM IST

ବୌଦ୍ଧ: ଜିଲ୍ଲାରେ ବିବାହ ଭୋଜି ଉତ୍ସବ କରୋନା ସଂକ୍ରମଣର ନୂଆ ଠିକଣା ପାଲଟିଥିବାରୁ ଏସବୁ ସାମାଜିକ ଉତ୍ସବ ଉପରେ କଟକଣା ଜାରି କରିବାକୁ ଦାବି ହୋଇଛି । ସେପଟେ ବିଭିନ୍ନ ଉପାନ୍ତ ଅଞ୍ଚଳର ଲୋକେ ସଚେତନତା ଅଭାବରୁ ଠକ ଡାକ୍ତରଙ୍କ ହାବୁଡରେ ପଡି ମୃତ୍ୟୁ ମୁଖରେ ପଡୁଛନ୍ତି ।

ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ସବ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି



ଜିଲ୍ଲାରେ ସାଙ୍ଘାତିକ ସ୍ଥିତିରେ କରୋନା ସଂକ୍ରମଣ । ଆଜି ପୁଣି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 228 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ଦୁଇଦିନ ସଟ୍ଡାଉନ ଥିବାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ବଜାରରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା ।

ସେପଟେ ଜିଲ୍ଲାର ବିଭିନ୍ନ ବିବାହ ଭୋଜି ତଥା ଉତ୍ସବରେ କରୋନା ସଂକ୍ରମଣର ନୂତନ ଠିକଣା ପାଲଟିଥିବାରୁ ଏସବୁ ଉତ୍ସବ ଉପରେ ତୁରନ୍ତ କଟକଣା ଲାଗୁ କରିବାକୁ ଦାବି ହୋଇଛି । ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ସେହିପରି ଏଭଳି ବିପତ୍ତି ସମୟରେ ଅଭିବାବକ ମଧ୍ୟ ବାଲ୍ୟବିବାହ ଭଳି କାର୍ଯ୍ୟ କରିବାକୁ ଅଭିଭାବକ ମାନେ ମଧ୍ୟ ପଛାଉ ନାହାନ୍ତି । ଏଭଳି ଏକ ବାଲ୍ୟବିବାହ ହରଭଙ୍ଗା ବ୍ଲକ ଶଙ୍କୁଳେଇ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରେ ଚାଲିଥିବା ଖବର ପାଇ ହରଭଙ୍ଗା ସିଡିପିଓ, ଚାଇଲ୍ଡ ଲାଇନର ସଦସ୍ୟ ପ୍ରମୁଖ ପହଞ୍ଚି ବାଲ୍ୟବିବାହକୁ ରୋକିଥିବା ସୂଚନା ମିଳିଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details