ଓଡିଶା

odisha

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି

ବୌଦ୍ଧର ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା ବିଜେପି । ଅଧିକ ପଢନ୍ତୁ...

By

Published : Jul 10, 2021, 10:57 PM IST

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କଲା ବିଜେପି
ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କଲା ବିଜେପି

ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଲଗାତାର ତିନି ଦିନ ଧରି ବିକ୍ଷୋଭ କରୁଛି ବିଜେପି । ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏଣୁ ଏହି ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଜେପି ଦାବି କରିଛି ।

ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କଲା ବିଜେପି
ବୌଦ୍ଧରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସହ ଶାସକ ଦଳର ଲୋକଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ବିଜେପି ଲଗାତାର ତିନି ଦିନ ବିକ୍ଷୋଭ ପ୍ରଦର୍ଶନ ସହ ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିକୁ ନେଇ ଏକ ଲମ୍ବା ତାଲିକା ରହିଥିବା ବେଳେ ଏହି ଦୁର୍ନୀତିରେ ସ୍ଥାନୀୟ ପଞ୍ଚାୟତ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ କର୍ମଚାରୀ ଏପରିକି କେତେକ ନିର୍ବାଚିତ ଜନ ପ୍ରତିନିଧିଙ୍କର ମଧ୍ୟ ହାତ ଥିବା ବିଜେପି ଅଭିଯୋଗ କରିଛି ।

ବିଶେଷ ଭାବରେ ଜିଲ୍ଲାର ତଳଗାଁ, ମହାଲିକପଡା, ଗୁନ୍ଦୁଳିଆ, ଟିକରପଡା, ଆମ୍ବଝରୀ, ନାରାୟଣପ୍ରସାଦ, ଲମ୍ବସରୀ ଭଳି କେତେକ ପଞ୍ଚାୟତର ଅନେକ ଗାଁକୁ ଆଦୌ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ନଥିବା ଜଣାପଡିଛି । ଭୋଟ ରାଜନୀତି କାରଣରୁ ଏଭଳି ପରିସ୍ଥିତି ଉପୁଜିଥିବା ବିଜେପି ଅଭିଯୋଗ କରିବା ସହ ଏହି ମହା ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details